Below header

ନିର୍ବାଚନରେ ଇଭିଏମ୍‌ ବ୍ୟବହାର ନେଇ ସଚେତନତା , ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ

ପୁରୀ(କେନ୍ୟୁଜ୍) : ଆସନ୍ତା ନିର୍ବାଚନରେ ଇଭିଏମ୍‌ ବ୍ୟବହାର ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଏହି ପ୍ରଦର୍ଶନୀକୁ ନିର୍ବାଚନ କମିନର ଅଶୋକ ଲାଭାସା ଉଦ୍‌ଘାଟନ କରିଥିଲେ । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ମିଶ୍ର ଏହି ବାଲୁକା କଳା ନିର୍ମାଣ କରିଥିବା ବେଳେ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ, ନିର୍ବାଚନ କମିଶନଙ୍କ ସହ ଏହି ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ପ୍ରାୟ ୧୦ ଫୁଟ ଉଚ୍ଚତାର ନିର୍ମିତ ହୋଇଥିବା ଏହି ବାଲୁକାକଳା ପାଇଁ ପ୍ରାୟ ୨୦ ଟନ୍‌ ବାଲି ବ୍ୟବହାର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.