ଲଗାତାର ୩ ଦିନ ହେବ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ : ଗତ ୩ ଦିନ ହେବ ଦେଶରେ ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି। ଯାହାଫଳରେ ପେଟ୍ରୋଲ ଦର ଲିଟର ପିଛା ୨୭ ପଇସା ମହଙ୍ଗା ହୋଇଛି। ସେହିଭଳି ଡିଜେଲ ଦର ୨୪ ପଇସା ବଢ଼ିଛି। ଗତକାଲି ଅର୍ଥାତ୍ ଶନିବାର ଦିଲ୍ଲୀ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ଦର ୧୪ ପଇସା ବଢ଼ିଥିବାବେଳେ ମୁମ୍ବାଇରେ ୧୩ ପଇସା ବଢ଼ିଛି। ସେହିଭଳି ଡିଜେଲ ଦର ଦିଲ୍ଲୀ, କୋଲକାତା ଓ ଚେନ୍ନାଇରେ ୧୩ ପଇସା ବୃଦ୍ଧି ଘଟିଥିବାବେଳେ ମୁମ୍ବାଇରେ ୧୪ ପଇସା ବଢ଼ିଛି।

petrolଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଶନିବାର ପେଟ୍ରୋଲ ଦର ଲିଟର ପିଛା ଯଥାକ୍ରମେ ୭୦ ଟଙ୍କା ୬୦ ପଇସା, ୭୨ ଟଙ୍କା ୬୧ ପଇସା, ୭୬ ଟଙ୍କା ୨୩ ପଇସା ଏବଂ ୭୩ ଟଙ୍କା ୨୮ ପଇସାରେ ପହଞ୍ଚି ଯାଇଛି। ସେହିଭଳି ଏହି ୪ଟି ମହାନଗରୀରେ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୬୫ ଟଙ୍କା ୮୬ ପଇସା, ୬୭ ଟଙ୍କା ୬୪ ପଇସା, ୬୮ ଟଙ୍କା ୯୭ ପଇସା ଏବଂ ୬୯ ଟଙ୍କା ୫୭ ପଇସା ରହିଥିବା ଭାରତୀୟ ତୈଳ ନିଗମର ୱେବସାଇଟରୁ ସୂଚନା ମିଳିଛି ।