Below header

ପାରଳାଖେମୁଣ୍ଡି : ଭାଇରାଲ ହେଲା ଷ୍ଟ୍ରଙ୍ଗରୁମ୍ ଫଟୋ, ଯାଞ୍ଚ ହେଲେ ସତ ଜଣାପଡ଼ିବ

ପାରଳାଖେମୁଣ୍ଡି (କେନ୍ୟୁଜ୍) : ଭାଇରାଲ ହେଲା ଷ୍ଟ୍ରଙ୍ଗରୁମ୍ ଫଟୋ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାର କମିଟି ଗୋଦାମ ଘରେ ଇଭିଏମ୍ ସବୁ ରଖା ଯାଇଛି । ତେବେ ଅତି ଗୁପ୍ତ ଭାବେ କଡ଼ା ସୁରକ୍ଷା ମଧ୍ୟରେ ରଖା ଯାଇଥିବା ଏହି ରୁମ୍ ଭିତର ଦୃଶ୍ୟ ଫେସବୁକରେ ଦେଖିବାକୁ ମଳୁଛି । ଏହା ଭିତରକୁ ମୋବାଇଲ ଫୋନ୍ ଓ କ୍ୟାମେରା ଆଦି ପ୍ରବେଶ ପାଇଁ ଅନୁମତି ଦିଆଯାଉ ନଥିବା ବେଳେ ଭିତର ଫଟୋ ସବୁ କିଭଳି ବାହାରକୁ ଆସିଲା ସେନେଇ ପ୍ରଶ୍ନ ଉଠିଛି । ରମାକାନ୍ତ ବରାଳ ନାମକ ଜଣେ ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟରୁ ଏସବୁ ଫଟୋ ପୋଷ୍ଟ ହୋଇଛି । ତେବେ ଏହାର ସତ୍ୟତା ଯାଞ୍ଚ କରାଗଲେ ଅସଲ କଥା ଜଣାପଡ଼ିବ ।

STRONG ROOM-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.