ସଂପର୍କକୁ ଦୀର୍ଘକାଳୀନ କରିବା ପାଇଁ କରନ୍ତୁ ଏହି କାମ : ଖୁସି ରହିବେ ସାଥୀ

ସମ୍ପର୍କକୁ ଦୀର୍ଘକାଳୀନ କରିବାକୁ କିଏ ବା ନଚାହେଁ । କିନ୍ତୁ ବେଳେବେଳେ କିଛି ଭୁଲ୍ ଏବଂ କିଛି ଅସାବଧାନତା ଯୋଗୁଁ ଦୀର୍ଘ ଦିନର ସମ୍ପର୍କ ଭାଙ୍ଗିଯାଇଥାଏ । ଏମିତି କ୍ଷେତ୍ରରେ ଆତ୍ମ ବିଶ୍ଳେଷଣ କରିବା ନିହାତି ଜରୁରୀ । କାହିଁକି ସଂପର୍କ ଭାଙ୍ଗିଲା , କଣ କରିଥିଲେ ସଂପର୍କଟି ଦୀଘର୍ ଦିନ ରହିପାରିଥାନ୍ତା । ଆଜି ଆମେ ଆପଣଙ୍କୁ ସେମିତି କିଛି କାରଣ ବିଷୟରେ ଜଣାଇବୁ ।

ସଚ୍ଚୋଟତା 

relationକର୍ତ୍ତବ୍ୟ, ମର‌୍ୟ୍ୟଦା ଏବଂ ସତ୍ୟକୁ ପୂର୍ଣ୍ଣ ନିଷ୍ଠାର ସହ ପାଳନ କରିବା ହେଉଛି ସଚ୍ଚୋଟତା । ସଚ୍ଚୋଟତା ହିଁ ହେଉଛି ସର୍ବଶ୍ରେଷ୍ଠ ନୀତି । ତେଣୁ କୌଣସି ସଂପର୍କକୁ ଦୀର୍ଘକାଳ ପର‌୍ୟ୍ୟନ୍ତ କାଏମ ରଖିବା ପାଇଁ ହେଲେ ଆବଶ୍ୟକ ନିଜ ସାଥୀ ପ୍ରତି ସଚ୍ଚୋଟ ରହିବା । ସଚ୍ଚୋଟ ରହିବା ଦ୍ବାରା ଚିରଦିନ ଲୋକଙ୍କ ବିଶ୍ବାସ ଆମ ପ୍ରତି ରହିବାରେ ସାହାଯ୍ୟ କରିଥାଏ । ହେଲେ ଗୋଟିଏ ମିଛ ସମ୍ପର୍କକୁ ନଷ୍ଟ କରିଦେଇଥାଏ ।

ଏହା ସହ ପଢନ୍ତୁ: କାହିଁକି ପୁରୁଷଙ୍କୁ ପସନ୍ଦ ଅଧିକ ବୟସର ମହିଳା ?

ସ୍ପଷ୍ଟବାଦିତା 

କୌଣସି ବି ସମ୍ପର୍କ ରଖୁଛନ୍ତି ତ ମନରୁ ରଖନ୍ତୁ ନା କି ବୋଝ ଭାବି ରଖନ୍ତୁ । ସାଥୀର କୌଣସି କଥା କିମ୍ବା ଗୁଣ ପସନ୍ଦ ଆସୁନାହିଁ ତ ଏନେଇ ସ୍ପଷ୍ଟଭାବରେ କଥା ହୋଇ ସମାଧାନ କରନ୍ତୁ । ତେବେ ସ୍ପଷ୍ଟ କଥାରେ କାହାକୁ କିଛି କ୍ଷଣ ପାଇଁ ଖରାପ ଲାଗିପାରେ । କିନ୍ତୁ ସମସ୍ୟା ସବୁଦିନ ପାଇଁ ସମାଧାନ ହୋଇଯାଏ । ମନରେ କଥା ରଖି କଷ୍ଟ ପାଇବା ଠାରୁ ଭଲ କହିଦେବା ।

ସାଥୀକୁ ଅନ୍ୟ କାହା ସହ ତୁଳନା କରିବା 

couple breakupସଂପର୍କ ତେଣିକି ପ୍ରେମିକ – ପ୍ରେମିକାଙ୍କର ହେଉ ବା ସ୍ବାମୀ – ସ୍ତ୍ରୀଙ୍କ ହେଉ, ସବୁ ମୂଳରେ ରହିଛି । ଯଦି ପରସ୍ପର ମଧ୍ୟରେ ବିଶ୍ବାସ ରହେ ନାହିଁ ସଂପର୍କ ଭାଙ୍ଗିବାର ସମ୍ଭାବନା ବଢିଯାଏ । ଆଉ ବିଶ୍ବାସ ସେତେବେଳେ ଭାଙ୍ଗିଥାଏ ଯେତେବେଳେ ଆପଣ ଆପଣଙ୍କ ସାଥୀର ତୁଳନା ଅନ୍ୟ କାହା ସହ କରିଥାନ୍ତି ।

ଅବମାନନା କରିବା :

ସଂପର୍କକୁ ମଜଭୂତ କରିବା ପାଇଁ ଅବଶ୍ୟକ ସାଥୀଙ୍କୁ ପ୍ରେମ ସହ ଖାତିର୍ କରିବା । କିନ୍ତୁ ସଂପର୍କ ପ୍ରତି ଅବିଶ୍ବାସ ବା ଅବମାନନା ଭାବ ଦେଖାଇବା ସଂପର୍କ ଭାଙ୍ଗିବାର ସଙ୍କେତ ହୋଇଥାଏ । ତେଣୁ ସର୍ବଦା ନିଜ ସଂପର୍କ ଏବଂ ସାଥୀଙ୍କୁ ସମ୍ମାନ ଦେଖାନ୍ତୁ ।

ନକରାତ୍ମକ କଥା କହିବା :

problem Relationshipସବୁବେଳେ ନକରାତ୍ମକ କଥା କହିଲେ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ । କାହା ବିଷୟରେ ଖରାପ କହିବା କିମ୍ବା ନକରାତ୍ମକ କଥା କହିବା ସାଥୀ ମନରେ ଆପଣଙ୍କର ନକରାତ୍ମକ ଛବି ବନାଇପାରେ ।

ଏହା ସହ ପଢନ୍ତୁ : ପ୍ରେଗ୍ନେନ୍ସି କିଟ୍ ନୁହେଁ ମାତ୍ର ୨ ମିନିଟ୍ ରେ ଟୁଥପେଷ୍ଟରୁ ଜାଣନ୍ତୁ ଆପଣ ଗର୍ଭବତୀ କି ନୁହେଁ

କଥା ଲୁଚାଇବା :

ପତି ପତ୍ନୀଙ୍କ ସଂପର୍କ ପ୍ରେମ, ବିଶ୍ବାସ ଏବଂ ସଚ୍ଚୋଟତା ଉପରେ ନିର୍ଭର କରିଥାଏ । ଏମିତି କେହି ନାହିଁ ଯାହାର ଅତୀତ ନାହିଁ । ଆଉ ସତ କହିବାର ସାହାସ କେବଳ ଅଳ୍ପ କିଛି ଲୋକଙ୍କ ମଧ୍ୟରେ ଥାଏ । କିନ୍ତୁ ଆପଣଙ୍କ ଅତୀତ ଆପଣଙ୍କ ମୁହଁରୁ ନଶୁଣି ବାହାର ଲୋକଙ୍କଠାରୁ ଶୁଣିଲେ ସଂପର୍କରେ ଆସିଥାଏ ଦୂରତା ।

ସର୍ବଦା ନିଜ ହିସାବରେ ଚାଲିବା :

କୌଣସି ବି ସଂପର୍କରେ ଉଭୟଙ୍କୁ ସମାନ ସମ୍ମାନ ଦେବା ଉଚିତ୍ । ପରସ୍ପର ମତ ଏବଂ ମନ୍ତବ୍ୟ ଜାଣିବାକୁ ଚେଷ୍ଟା କରିବା ଉଚିତ୍ । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳିଛି କୌଣସି ସଂପର୍କରେ ଜଣେ ଜିଦିଆ ହୋଇଥାନ୍ତି ଏବଂ ସବୁବେଳେ ନିକ କଥା ରଖିଥାନ୍ତି । ବୁଝାମଣା ଅଭାବରୁ ସଂପର୍କ ଭାଙ୍ଗିଯାଇଥାଏ । ତେଣୁ ନିଜ ସହ ସାଥୀଙ୍କ କଥା ଶୁଣିବାକୁ ଏବଂ ବୁଝିବାକୁ ଚେଷ୍ଟା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.