ବିଧାନସଭାରେ ବଦଳିଲା ଦାମଙ୍କର ଅାସନ, ଏବେ ବସିବେ ସିଟ୍ ନମ୍ବର F/୧୦

ଭୁବନେଶ୍ବର (କେନ୍ଯୁଜ୍) : ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ ଏବେ ବିଧାୟକ ଦାମୋଦର ରାଉତଙ୍କ ଆସନ ବଦଳିଛି । ଏଣିକି ସିଟ୍ ନମ୍ବର F/୧୦ରେ ବସିବେ ଦାମୋଦର ରାଉତ । ପୂର୍ବରୁ ସିଟ୍ ନମ୍ବର D/୩ରେ ବସୁଥିଲେ ଦାମ ରାଉତ । ଏବେ ସିଟ୍ ନମ୍ବର D/୩ରେ ସୁଦାମ ମାରାଣ୍ଡି ବସିବେ । ତେବେ ଆଜି ବିଧାନସଭାରେ ଦାମ ଅନୁପସ୍ଥିତ ଅଛନ୍ତି । ନିୟମ ମୁତାବକ କୌଣସି ବିଧାୟକ ଦଳ ଛାଡିଲେ ତାଙ୍କ ସଭ୍ୟପଦ ରହିବ ନାହିଁ।

damaକିନ୍ତୁ ତାଙ୍କୁ ଦଳରୁ ବହିଷ୍କାର କଲେ, ତାଙ୍କ ସଭ୍ୟପଦ ରଦ୍ଦ ହେବ ନାହିଁ। ଗୃହରେ ସେ ଅନ୍ ଆଟାଚଡ ମେମ୍ବର ଭାବେ ରହିବେ। ତାଙ୍କ ପାଖରେ ଭୋଟିଂ ଅଧିକାର ରହିଛି। ଦାମ ବହିଷ୍କାର ହେବା ପୂର୍ବରୁ ସରକାରୀ ଦଳରେ ଥିଲେ। ତେଣୁ ସେ ଟ୍ରେଜେରୀ ବେଞ୍ଚରେ ବସୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.