Below header

କାକଟପୁର ମଙ୍ଗଳା ମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର ଘଟଣା, ୩ ସେବାୟତଙ୍କୁ ଗିରଫ ପ୍ରତିବାଦରେ ଧାରଣା

ପୁରୀ (କେନ୍ୟୁଜ୍) : କାକଟପୁର ମଙ୍ଗଳା ମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର ଘଟଣାରେ ମନ୍ଦିରରେ ଅଚଳାବସ୍ଥା। ୩ ସେବାୟତଙ୍କୁ ପୋଲିସ ଗିରଫ କରିବା ଘଟଣାରେ ମାଆଙ୍କ ପୂଜାର୍ଟ୍ଟନାରେ ଅସହଯୋଗ କରାଯାଇଛି। ମାଆ ମଙ୍ଗଳାଙ୍କ ନୀତିକାନ୍ତି ସ୍ୱାଭାବିକ ରହିଥିଲେ ମଧ୍ୟ ଭକ୍ତମାନେ ପୂଜାର୍ଚ୍ଚନା କରିପାରୁନାହାଁନ୍ତି। ଫଳରେ ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି।

ଗତକାଲି ପୁରୀ ବାଲିଘାଟ ଅଞ୍ଚଳର ଏକ ପରିବାର ମାଆଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ। ସେମାନଙ୍କୁ କିଛି ସେବାୟତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏନେଇ କାକଟପୁର ଥାନାରେ ଅଭିଯୋଗ ହେବା ପରେ ୩ଜଣ ସେବାୟତଙ୍କୁ ଗିରଫ କରାଯାଇଥିଲା। ଏହାର ପ୍ରତିବାଦରେ ସେବାୟତମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.