ଗ୍ୟାସ୍‌ ଆଣିବାକୁ ଘରୁ ବାହାରିଥିଲେ କିନ୍ତୁ ବାଟରେ ହୋଇଗଲେ ନିଖୋଜ୍‌, ଖୋଜୁଛି ପରିବାର

ଗ୍ୟାସ କାର୍ଯ୍ୟାଳୟକୁ ଯିବା ବାଟରେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ନିଖୋଜ। ୩ ଦିନ ପରେ ବି କୌଣସି ପତ୍ତା ମିଳୁ ନଥିବାରୁ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ସୂଚନା ଅନୁସାରେ ଫତେଗଡ ଥାନା ବଡ଼ସହରା ପଞ୍ଚାୟତ ଗୋପାଳପ୍ରସାଦ ଗ୍ରାମର ଅବସରପ୍ରାପ୍ତ ପୋଲିସ କର୍ମଚାରୀ ସୋମନାଥ ପଟ୍ଟନାୟକ ।

ଦଶପଲ୍ଲା (କେନ୍ୟୁଜ) : ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ହେଲେ ଅନାଇ ଅନାଇ ସୁଖୁନି ଆଖିର ଲୁହ । କହିଥିଲେ ଏଇ ଯାଉଛି ଗ୍ୟାସ୍‌ ନେଇ ଶୀଘ୍ର ଫେରିଯିବି । ହେଲେ ଫେରିଲେନି ଘରକୁ, ନା ହିଁ ତାଙ୍କର କିଛି ଖୋଜ୍‌ ଖବର ଅଛି । ତେବେ କୁଆଡେ ଗଲେ ପୋଲିସ କର୍ମଚାରୀ । ଗ୍ୟାସ କାର୍ଯ୍ୟାଳୟକୁ ଯିବା ବାଟରେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ନିଖୋଜ। ୩ ଦିନ ପରେ ବି କୌଣସି ପତ୍ତା ମିଳୁ ନଥିବାରୁ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ସୂଚନା ଅନୁସାରେ ଫତେଗଡ ଥାନା ବଡ଼ସହରା ପଞ୍ଚାୟତ ଗୋପାଳପ୍ରସାଦ ଗ୍ରାମର ଅବସରପ୍ରାପ୍ତ ପୋଲିସ କର୍ମଚାରୀ ସୋମନାଥ ପଟ୍ଟନାୟକ ।

୩ ଦିନ ହେଲା ଗ୍ୟାସ ଅଫିସକୁ ଯିବା ବାଟରେ ନିଖୋଜ ଥିବା ନେଇ ଫତେଗଡ଼ ଥାନାରେ ଅଭିଯୋଗ ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ସୋମନାଥ ବୁଧବାର ସକାଳେ ଖଣ୍ଡପଡା ଇନ୍ଧନ ଗ୍ୟାସ କାର୍ଯ୍ୟାଳୟକୁ ସାଇକେଲ ଯୋଗେ ଯାଇଥିଲେ। ଘରୁ ବାହାରିବାର ପ୍ରାୟ ଦେଢ଼ ଘଣ୍ଟା ପରେ ଘରକୁ ଫୋନ୍ କରି ଜଣାଇଥିଲେ ଯେ କେହି ଜଣେ ଦୁର୍ବୃତ୍ତ ଗାଁ ନିକଟରେ ଥିବା ବାନ୍ଦରା ଜଙ୍ଗଲରୁ ତାଙ୍କ ସାଇକେଲ ସହିତ ବ୍ୟାଗ ଚୋରି କରି ନେଇ ଯାଇଛି। ଏହା ପରେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଥିଲା ଏହି କଥା ଶୁଣି ପରିବାର ସଦସ୍ୟ ସହିତ ଗ୍ରାମବାସୀମାନେ ବାନ୍ଦରା ଜଙ୍ଗଲରେ ଖୋଜାଖୋଜି କରିଥିଲେ ମଧ୍ୟ ସୋମନାଥଙ୍କ କୌଣସି ଖୋଜ୍ ଖବର ପାଇନଥିଲେ।

ପରେ ପରିବାର ସଦସ୍ୟ ବନ୍ଧୁବାନ୍ଧବ ଘର ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ନପାଇବାରୁ ଶେଷରେ ସୋମନାଥଙ୍କ ସ୍ତ୍ରୀ ଅନସୂୟା ପଟ୍ଟନାୟକ ଫତେଗଡ଼ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ତେବେ ଘଟଣା ସ୍ଥଳରେ ଫତେଗଡ଼ ପୋଲିସ ପହଞ୍ଚି ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି। ନିଖୋଜ ହେବାର ୩ ଦିନ ପରେବି ସୋମନାଥଙ୍କର କୌଣସି ପତ୍ତା ମିଳି ନଥିବାରୁ ପରିବାର ଲୋକ ଭାଙ୍ଗି ପଡିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.