ଟିକାକରଣ ପରେ ବି ବଢୁଛି ସଂକ୍ରମଣ, କାରଣ ଖୋଜିବା ପାଇଁ ଗଠନ ହେଲା ଏକ ବିଶେଷଜ୍ଞ କମିଟି

ଭୁବନେଶ୍ୱର(କେ ନ୍ୟୁଜ):  ଟିକାକରଣ ପରେ ବି ବଢୁଛି ସଂକ୍ରମିତ । କରୋନା ଟିକାର ଡବଲ୍‌ ଡୋଜ୍‌ ନେବା ପରେ ବି ସଂକ୍ରମିତ ହେଉଛନ୍ତି କେତେକ ବ୍ୟକ୍ତି। ଦୁଇ ଡୋଜ୍‌ ନେବା ପରେ କାହିଁକ ଓ କେମିତି ସଂକ୍ରମିତ ହେଉଛନ୍ତି ସେନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠନ କରାଯାଇଥିବା ୮ଜଣିଆ ବୈଷୟିକ କମିଟି ଏ ଦିଗରେ ଅଧିକରୁ ଅଧିକ ଗବେଷଣା କରିବା ସହ କାରଣ ଖୋଜି ବାହାର କରିବ। ଟିକାକରଣ ପରେ ସଂକ୍ରମିତଙ୍କ ଠାରେ କଣ ଲକ୍ଷଣ ପ୍ରକାଶ ପାଉଛି। ଟିକାକରଣ ପରେ କିଭଳି ସ୍ୱାସ୍ଥ୍ୟବସ୍ଥା ରହୁଛି।

କିଭଳି ସଂକ୍ରମିତ ହେଉଛନ୍ତି ଏସବୁ ଦିଗରେ ଏକ କମିଟି ଗବେଷଣା କରିବ। ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡାଙ୍କୁ ବୈଷୟିକ କମିଟିର ଅଧ୍ୟକ୍ଷ କରାଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କମିଟିର ଆବାହକ ଅଛନ୍ତି। RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଓ ପୁରୀ SJMCର ଅଧୀକ୍ଷକ ଡାକ୍ତର କୌଶିକ ମିଶ୍ର ପ୍ରମୁଖ କମିଟିରେ ଅଛନ୍ତି। ଭବିଷ୍ୟତରେ କରୋନାର ପରବର୍ତ୍ତୀ ଲହରୀ ମୁକାବିଲାରେ ଏହା ସହାୟକ ହେବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.