Below header

ବୋଲ୍ଡ ଅନ୍ଦାଜରେ ନଜର ଆସିଲେ କିୟାର, ସୋସିଆଲ ମିଡ଼ିଆରେ ସେୟାର କଲେ ଟପଲେସ୍ ଫଟୋ

କିୟାରା ଆଡଭାଣୀ ନିଜର ଗ୍ଲାମରସ ଅନ୍ଦାଜ ପାଇଁ ବେଶ ଜଣାଶୁଣା । ବଲିଉଡର ଟପ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କିୟାରା ନିକଟରେ ଏକ ବୋଲ୍ଡ ଫଟୋ ଶେୟାର କରିଛନ୍ତି । ଏହି କାରଣରୁ ସେ ପୁଣି ଏବେ ଚର୍ଚ୍ଚାରେ ଅଛନ୍ତି । ଏହି ଫଟୋରେ କିୟାରା ଟପଲେସ ନଜର ଆସୁଛନ୍ତି । ଫଟୋରେ କିୟାରାଙ୍କ ଲୁକ ଖୁବ ଷ୍ଟନିଂ ଦେଖଯାଉଛି । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଜବରଦସ୍ତ ହଲଚଲ ମଚାଉଛି ।

କିୟାରା ନିଜ ଇନଷ୍ଟାଗ୍ରାମରେ ଲାଟେଷ୍ଟ ପୋଷ୍ଟରେ ଏକ ବେଶ ବୋଲ୍ଡ ବ୍ଲାକ ଏଣ୍ଡ ହ୍ବାଇଟ ଫଟୋ ଶେୟାର କରିଛନ୍ତି । ସେ ତାଙ୍କର ଏହି ଫଟୋ ସେଲିବ୍ରିଟି ଫଟୋଗ୍ରାଫର ଡବ୍ବୁ ରତନାନୀଙ୍କ ୨୦୨୧ କ୍ୟାଲେଣ୍ଡର ଫଟୋଶୁଟ ପାଇଁ କରିଛନ୍ତି । ଏଥିପାଇଁ କିଛି ଦିନ ପୂର୍ବରୁ ସନ୍ନି ଲିଓନି ମଧ୍ୟ ଟପଲେସ ଫଟୋଶୁଟ କରିଛନ୍ତି । ଏବେ କିୟାରା ମଧ୍ୟ ସେହିପରି ବୋଲ୍ଡ ଅବତାର ନେଇଛନ୍ତି । କିୟାରାଙ୍କ ଏହି ଟପଲେସ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଆଲିଆ ଭଟ୍ଟ କିୟାରାଙ୍କ ଏହି ଫଟୋରେ କମେଣ୍ଟ କରି ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ ଯେ ସମୁଦ୍ର କୂଳରେ ବେଳାଭୂମିର ବାଲୁକା ଶଯ୍ୟାରେ ଶୋଇ କିୟାରା ଦେଇଥିବା ଏହି ପୋଜ ତାଙ୍କ ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସୁଛି । କିୟାରା ୨୦୧୯ରେ ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡରରେ ଡେବ୍ୟୁ କରିଥିଲେ । ଗତବର୍ଷ ଡବ୍ବୁଙ୍କ ପାଇଁ କରିଥିବା ଫଟୋଶୁଟ ଖୁବ ଭାଇରାଲ ହୋଇଥିଲା । ଟପଲେସ ହୋଇ କିୟାରା ଏହି ଫଟୋ ଶୁଟ କରିଥିବାବେଳେ ଶରୀରକୁ ଘୋଡ଼ାଇବା ଲାଗି ସେ ଏକ ବଡ଼ ପତ୍ରର ସାହାରା ନେଇଥିଲେ । ଏହି ଫଟୋକୁ ଖୁବ ସମାଲୋଚନା ମଧ୍ୟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.