ଆଜି Hyundai Alcazarର ହେବ ବଜାର ପ୍ରବେଶ, ଶସ୍ତା ଦାମ ସହ ରହିଛି ଦମଦାର ଫିଚର୍ସ

ଦକ୍ଷିଣ କୋରିଆର ପ୍ରମୁଖ ଗାଡ଼ି କମ୍ପାନୀ Hyundai ଆଜି ଭାରତୀୟ ବଜାରରେ ଲଞ୍ଚ ହେବ। କମ୍ପାନୀ  ନିଜର ପ୍ରଥମ ଥ୍ରୀ ରୋ ଏସୟୁଭି Alcazar ଲଞ୍ଚ କରିଛି । ଏହା ଉଭୟ ୬ ସିଟ ଏବଂ ୭ ସିଟ  ଲେଆଉଟରେ ସାମ୍ନାକୁ ଆସିବ । କମ୍ପାନୀ ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି । ତେବେ ଏହା ଗ୍ରାହକଙ୍କୁ ପସନ୍ଦ ଆସିବ ବୋଲି ବିଶ୍ୱାସ ରହିଛି ।

ଏହାର ନିର୍ମାଣରେ ୭୫.୬% ହାଇଷ୍ଟ୍ରେନ୍ଥ ଷ୍ଟିଲର ବ୍ୟବହାର ହୋଇଛି । ଯାହାଦ୍ୱାରା ଏହା ମଜବୁତ ରହିବ । ଏହା ପେଟ୍ରୋଲ ଓ ଡିଜେଲ ୨ଟିରେ ଚାଲିବ । ପେଟ୍ରୋଲ ପାଇଁ ଏଥିରେ ୨.୦ ଲିଟର ଭାରିଏଣ୍ଟ କ୍ଷମତା ରହିଥିବା ବେଳେ ଏହା 159PS ଏବଂ 192Nmର ଟ୍ରାକ ଜେନେରେଟ କରିବ । ଡିଜେଲ ପାଇଁ ଏଥିରେ ୧.୫ ଲିଟର କ୍ଷମତା ବିଶିଷ୍ଟ ଇଞ୍ଜିନ ରହିଛି । ଏହା 115PS ଏବଂ 250Nm ଟ୍ରାକ ଜେନେରେଟ କରିଥାଏ ।

୧୦ ସେକେଣ୍ଡରେ ଏହା ୦ ରୁ ୧୦୦ କିମି ପ୍ରତିଘଣ୍ଟାକୁ ଯାଇଥାଏ । ଏଥିରେ ୧୦.୨୫ ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ଦିଆଯାଇଛି । ଏହା ଆଣ୍ଡ୍ରଏଡ ଅଟୋ ଏବଂ ଆପଲ କାର ପ୍ଲେ ସହ କନେକ୍ଟ ହେବ । ଏହାକୁ ମୋଟ ୧୮ ଟ୍ରିମରେ ବଜାର ପ୍ରବେଶ କରାଯିବ । ତେବେ ଏହାର ଦାମ ୧୧.୫୬ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୨୦.୯୯ ଲକ୍ଷ ପର୍ଯ୍ୟନ୍ତ ରହିବାର ଅନୁମାନ କରାଯାଉଛି । ଏହା ମୋଟ ୬ ଟି ରଙ୍ଗରେ ବଜାରକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.