Below header

ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା : ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରୀ ସାଲାଇନ୍

ଭଦ୍ରକ : ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରୀ ସାଲାଇନ୍ । ଭଦ୍ରକ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ଏପରି ଅଭିଯୋଗ । ଏହାକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ସାଇଲାଇନରେ ଏକ୍ସପାଏରୀ ତାରିଖ ଏପ୍ରିଲ ୨୦୧୮ ଲେଖାଯାଇଛି । ରୋଗୀଙ୍କୁ ପାଖାପାଖି ୪୦ ପ୍ରତିଶତ ସାଲାଇନ୍ ଦେବା ପରେ ଏକ୍ସପାଏରୀ ବୋଲି ପରିବାର ଲୋକ ଜାଣିବାକୁ ପାଇଥିଲେ ।

salineଏନେଇ ଡାକ୍ତରଙ୍କୁ ଜଣାଇଥିଲେ ମଧ୍ୟ କିଛି ହେବ ନାହିଁ ବୋଲି ଡାକ୍ତର କହିଥିବା ଅଭିଯୋଗ ହୋଇଛି । ଏପରିକି ଡାକ୍ତର ସାଲାଇନ୍ ରୋଗୀଙ୍କ ସଂପର୍କୀୟଙ୍କଠାରୁ ନେଇ ଯିବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ଡାକ୍ତର ଓ ରୋଗୀ ସଂପର୍କୀୟଙ୍କ ମଧ୍ୟରେ ବଚସା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.