ପାରିବାରିକ କଳହରୁ ଦୁଇ ଶିଶୁକନ୍ୟାଙ୍କୁ ବିଷ ପିଆଇଲା ମାଆ

ଆନନ୍ଦପୁର : ପାରିବାରିକ କଳହରୁ ଦୁଇ ଶିଶୁକନ୍ୟାଙ୍କୁ ବିଷ ପିଆଇଲା ମାଆ। କେନ୍ଦୁଝର ସୋଶୋ ଥାନା ଅନ୍ତର୍ଗତ ନାହା ଗାଁରେ ଏହି ଘଟଣା ଘଟିଛି । କାମିନୀ ଜେନା ନାମକ ଜଣେ ମହିଳା ପାରିବାରିକ କଳହରୁ କ୍ରୋଧାନ୍ବିତ ହୋଇ ନିଜର ୧ ବର୍ଷ ଓ ୩ ବର୍ଷର ଦୁଇ ଶିଶୁ କନ୍ୟାକୁ ବିଷ ପଆଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ଦୁଇ ଶିଶୁଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଦୁଇଶିଶୁଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ରହିଛି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। କିନ୍ତୁ ଖବର ପାଇବା ପରେ ପୋଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.