ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରତ୍ନ ପିନ୍ଧିବା ପୂର୍ବରୁ ଜାଣିନିଅନ୍ତୁ ଏହି ଜରୁରୀ କଥା

ଜ୍ୟୋତିଷ ଶାସ୍ତ୍ରରେ ରତ୍ନ ସହିତ ଜଡିତ ଅନେକ କଥା କୁହାଯାଇଛି । ଏମିତିରେ ତ’ ରତ୍ନ ପିନ୍ଧିବାରେ ଫାଇଦା ହୋଇଥାଏ ଏବଂ ଅସୁବିଧା ମଧ୍ୟ ଦେଖାଦେଇଥାଏ । ଯେବେ ଆପଣ ରତ୍ନ ଧାରଣ କରୁଛନ୍ତି ସେତେବେଳେ ଆପଣଙ୍କ ମନକୁ ନିଶ୍ଚୟ ଆସିଥାଏ ଏମିତି କ’ଣ କରିବା ଉଚିତ୍ ଯାହା ଦ୍ବାରା ଶୁଭ ଫଳ ମିଳିବ । ରତ୍ନ କେବେ ବଦଳିବ , ରତ୍ନକୁ କ୍ଷୀରରେ ବୁଡାଇ ରଖା ଯିବ କି ନାହିଁ । ଦେଖାଯାଏ ରତ୍ନମାନଙ୍କ ମଧ୍ୟରୁ ମୁଖ୍ୟତଃ ୯ଟି ରତ୍ନ ଅଧିକ ପିନ୍ଧାଯାଇଥାଏ ।

କହିରଖୁଛୁକି ରତ୍ନ ପିନ୍ଧିବା ଦ୍ବାରା ଏହା ଅପଣଙ୍କ ଜୀବନ ଉପରେ କିପ୍ରଭାବ ପକାଉଛି । ଏହା ଏହି କଥା ଉପରେ ବହୁତ ମାତ୍ରାରେ ନିର୍ଭର କରେ କି ସେହି ରତ୍ନକୁ କେବେ, କେଉଁ ଦିନ ଏବଂ କେଉଁ ସମୟରେ ପିନ୍ଧିଛନ୍ତି ।

• ଯେକୌଣସିବି ରତ୍ନ ଆପଣ ପିନ୍ଧିବାକୁ ଯାଉଛନ୍ତି ତାହାକୁ ଭୁଲରେ କ୍ଷୀରରେ ପକାନ୍ତୁ ନାହିଁ । ଆଙ୍ଗୁଠିକୁ ଗୋଟେଥର ଜଳରେ ଧୁଅନ୍ତୁ ଏବଂ ରତ୍ନକୁ ପିନ୍ଧି ନିଅନ୍ତୁ । ଭୁଲରେବି ଆପଣଙ୍କର ରତ୍ନକୁ ରାତିସାରା କ୍ଷୀରରେ ବୁଡାଇ ରଖନ୍ତୁ ନାହିଁ । ଅଧିକାଂଶ ସମୟରେ କ୍ଷୀର ରତ୍ନ ମଧ୍ୟରେ ପ୍ରବେଶ କରି ରତ୍ନକୁ ଖରାପ କରିଦେଇଥାଏ । ନିଜ ମନର ଶାନ୍ତି ପାଇଁ ଇଷ୍ଟ ଦେବୀ ଏବଂ ଦେବତାଙ୍କୁ ଛୁଆଁଇ ପିନ୍ଧିନେବେ ।

• ରତ୍ନ ପିନ୍ଧିବାକୁ ଯାଉଛନ୍ତିତ’ ସର୍ବ ପ୍ରଥମେ ଏହା ଦେଖି ନିଅନ୍ତୁ ୪, ୯ ଏବଂ ୧୪ ତାରିଖ ହୋଇଥିଲେ ରତ୍ନ ପିନ୍ଧନ୍ତୁ ନାହିଁ । କୁହାଯାଏ, ଏହି ତାରିଖରେ ରତ୍ନ ପିନ୍ଧାଯାଏ ନାହିଁ । ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ ଯେଉଁ ଦିନ ରତ୍ନ ପିନ୍ଧୁଛନ୍ତି ସେହିଦିନ ଆପଣଙ୍କର ଗୋଚରର ଚନ୍ଦ୍ରମା ଆପଣଙ୍କ ରାଶିରେ ୪, ୮ ଏବଂ ୧୨ରେ ନରହିବା ଉଚିତ୍ । ଅମବାସ୍ୟା, ସଂକ୍ରାନ୍ତି ଏବଂ ଗ୍ରହଣ ଦିନ ମଧ୍ୟ ରତ୍ନ ପିନ୍ଧିବା ଉଚିତ୍ ନୁହେଁ ।

• ମନେରଖନ୍ତୁ ରତ୍ନ ସର୍ବଦା ଅପରାହ୍ନ ପୂର୍ବରୁ ସୂର୍ୟ୍ୟଙ୍କ ଆଡକୁ ମୁହଁ କରି ରତ୍ନ ପିନ୍ଧିବେ ।

• ମୋତି, ମୁଁଙ୍ଗା ଯାହା ସମୁଦ୍ରରୁ ବାହାରିଥିବା ରତ୍ନ ବୋଲି କୁହାଯାଏ ତାହାକୁ ଅଶ୍ବନୀ, ସିଂହିଣୀ, ଚିତ୍ର, ଏବଂ ବିଶାଖା ନକ୍ଷେତ୍ରର ବ୍ୟକ୍ତି ପିନ୍ଧିବେ ତେବେ ତାଙ୍କ ପାଇଁ ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.