କନ୍ଧମାଳ, ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ଡାଇଭରସନ୍

ବାଲିଗୁଡ଼ା (କେ ନ୍ଯୁଜ୍) : ଲଗାଣ ବର୍ଷାରେ ଧୋଇଗଲା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସିଣପଡି ନିକଟରେ ନିର୍ମାଣାଧୀନ ଡାଇଭରସନ୍। NH-୫୯ ରାସ୍ତାରେ ମଧ୍ୟରାତ୍ରିରେ ନିର୍ମାଣାଧୀନ କଲଭର୍ଟ ନିକଟରେ ରାସ୍ତା ଧୋଇଯାଇଛି । ଫଳରେ ବାଲିଗୁଡ଼ାରୁ ମୁନିଗୁଡ଼ା ଓ ରାୟପୁର ମଧ୍ୟରେ ଗମନାଗମନ ଠପ୍ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଥିଲା। ଆଜି ସକାଳେ ଠିକାଦାର ଚିପ୍ସ ପକାଇ ରାସ୍ତା ଠିକ୍ କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.