Below header

ମାଓବାଦୀଙ୍କ ଗରିଲା ଟ୍ରେନିଂ : ପୋଲିସକୁ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ ଶିଖୁଛନ୍ତି ସ୍ୱତନ୍ତ୍ର ରଣକୌଶଳ

ମାଲକାନଗିରି : ମାଓବାଦୀଙ୍କ ଗରିଲା ଟ୍ରେନିଂ । ପୋଲିସକୁ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ ଶିଖୁଛନ୍ତି ସ୍ୱତନ୍ତ୍ର ରଣକୌଶଳ । ଲାଲଗଡ଼ରେ ଲାଲବାହିନୀକୁ ଦିଆଯାଉଛି ସ୍ପେଶାଲ ଟ୍ରେନିଂ । ମାଓ ପ୍ରଶିକ୍ଷକମାନେ ସ୍ୱତନ୍ତ୍ର ଭାବେ ମାଓବାଦୀଙ୍କୁ ଯୁଦ୍ଧ କୌଶଳ ଶିଖାଉଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ଦରନାପାଲି ଜଙ୍ଗଲରେ ମାଓବାଦୀ ନେଉଛନ୍ତି ଟ୍ରେନିଂ । ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ପକ୍ଷରୁ ଏହି ଟ୍ରେନିଂ ଚାଲିଛି । କିଛିଦିନ ମଧ୍ୟରେ ପୋଲିସ ଏନକାଉଣ୍ଟରରେ ବହୁ ମାଓବାଦୀ ପ୍ରାଣ ହରାଇଛନ୍ତି । ଗତ ୬ ତାରିଖରେ ଛତିଶଗଡ଼ରେ ପୋଲିସ ଏନକାଉଣ୍ଟରରେ ୧୫ ମାଓବାଦୀଙ୍କ ମୃତ୍ୟୁ ପରେ ଲାଲବାହିନୀ ରକ୍ତମୁଖା ହୋଇଉଠିଛି । ଆସନ୍ତାକାଲି ସ୍ୱାଧୀନତା ଦିବସରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇବାର ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.