Below header

ସିନ୍ଦୁର ନୁହେଁ ଲିପଷ୍ଟିକ୍ ଲଗାଇ ଗୀତାଙ୍କୁ ବିବାହ କରିଥିଲେ ସମ୍ମି କପୁର : ଜାଣନ୍ତୁ ବଲିଉଡର ପ୍ରଥମ ସୁପରକୁଲ୍ ଷ୍ଟାରଙ୍କୁ ନେଇ କିଛି ଅଜଣା କଥା

ବଲିଉଡର ହିଟ୍ ଅଭିନେତା ହେଉଛନ୍ତି ସମସେର୍ ରାଜ୍ କପୁର ବା ସମ୍ମି କପୁର । ନିଜର ଦମଦାର ଅଭିନୟ ଏବଂ ନିଆରା ଅନ୍ଦାଜରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ ସମ୍ମି । ଆଜି ହେଉଛି ବଲିଉଡର ଏହି ସୁପରକୁଲ ଷ୍ଟାରଙ୍କର ୭ମ ପୂଣ୍ୟତିଥି । ୧୩ ଅକ୍ଟୋବର ୧୯୩୧ରେ ଜନ୍ମଗ୍ରହଣ କରିଥିବା ସମ୍ମି ୧୪ ଅଗଷ୍ଟ ୨୦୧୧ରେ ଦୁନିଆକୁ କହିଥିଲେ ଅଲବିଦା । ଭାରତରେ ଇଣ୍ଟରନେଟର ବ୍ୟବହାର କରିଥିବା ପ୍ରଥମ ବ୍ୟକ୍ତିମାନଙ୍କ ମଧ୍ୟରେ ସମ୍ମି ହେଉଛନ୍ତି ଅନ୍ୟତମ । ଏବେ ଜାଣନ୍ତୁ ସମ୍ମିଙ୍କ ଜୀବନକୁ ନେଇ କିଛି ଅଜଣା କଥା ।

ଜୀବନୀ ଏବଂ କ୍ୟାରିୟର୍ :

shammi kapoorରାଜକପୁରଙ୍କ ପରେ ଏବଂ ସମ୍ମିଙ୍କ ପୂର୍ବରୁ ଜନ୍ମ ହୋଇଥିବା ଦୁଇ ଭାଇ ଭଉଣୀ ଗୋଟିଏ ସପ୍ତାହ ମଧ୍ୟରେ ଚାଲିଯାଇଥିଲେ । ଯେଉଁଥିପାଇଁ ସମ୍ମିଙ୍କ ଜନ୍ମ ପୂର୍ବରୁ ବାପା ପୃଥ୍ୱୀରାଜ୍ କପୁର ଏବଂ ମା’ ରାମଶରଣୀ ବହୁତ ଚିନ୍ତିତ ରହୁଥିଲେ । ସମ୍ମି ତାଙ୍କ ପରିବାରର ଏକମାତ୍ର ସନ୍ତାନ ଯାହାଙ୍କ ଜନ୍ମ ଡାକ୍ତରଖାନାରେ ହୋଇଥିଲା । ତେଣୁ ତାଙ୍କ ଲାଳନ ପାଳନ ରାଜକୁମାରଙ୍କ ପରି କରାଯାଇଥିଲା ।

ସମ୍ମିଙ୍କୁ ନିଜ ଭାଇ ରାଜ କପୁରଙ୍କ ପାଇଁ ସ୍କୁଲ୍ ଛାଡିବାକୁ ପଡିଥିଲା । ଘଟଣାା ହେଉଛି , ସମ୍ମିଙ୍କୁ ପୃଥ୍ୱୀ ଥିଏଟରରେ ସକୁନ୍ତଳା ନାଟକ ପାଇଁ ଭରତ ଚରିତ୍ର ମିଳିଥିଲା । ଏହି ନାଟକରେ ରାଜ କପୁରଙ୍କୁ ମଧ୍ୟ ଏକ ବଡ ରୋଲ୍ ମିଳିଥିଲା । କିନ୍ତୁ ଛୁଟି ନମିଳିବାରୁ ରାଜକପୁର ପ୍ରିନ୍ସିପାଲଙ୍କ ସହ ଝଗଡା କରି ସ୍କୁଲ୍ ଛାଡି ଚାଲି ଆସିଥିଲେ । ସେହି ସ୍କୁଲରେ ସମ୍ମି ପଢୁଥିବାରୁ ତାଙ୍କୁ ମଧ୍ୟ ସ୍କୁଲ୍ ଛାଡିବାକୁ ପଡିଥିଲା ।
ଥିଏଟରରେ କାମ କରିବା ପାଇଁ ସମ୍ମିଙ୍କୁ ୫୦ ଟଙ୍କା ଦରମା ମିଳୁଥିଲା ।

ଜଣେ ଦିନ ମଜୁରିଆ ଭାବରେ ବାପା ପୃଥ୍ୱୀରାଜଙ୍କ ଥିଏଟରରେ କାମ କରୁଥିଲେ ସମ୍ମି । ଜଣେ ଚାଇଲ୍ଡ ଆର୍ଟିଷ୍ଟ ଭାବରେ କ୍ୟାରିୟର୍ ଆରମ୍ଭ କରିଥିଲେ ସମ୍ମି । ସେ ସମୟରେ ତାଙ୍କୁ କେବଳ ୧୫୦ ଟଙ୍କା ମିଳୁଥିଲା ।

ଏହି ଅଭିନେତ୍ରୀଙ୍କ ଉପରେ ଆସିଥିଲା ମନ :

shammi kapoor and mumtazଯେତେବେଳେ ଅଭିନେତ୍ରୀ ମମତାଜଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା ସେ ସେତେବେଳେ ସମ୍ମି କପୁର ତାଙ୍କ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ମମତାଜ୍ ମଧ୍ୟ ସମ୍ମିଙ୍କୁ ପ୍ରେମ କରୁଥିଲେ । କିନ୍ତୁ ବିବାହ ପରେ ସିନେମା ଛାଡିବାକୁ ମମତାଜଙ୍କ ନିକଟରେ ସର୍ତ୍ତ ରଖିଥିଲେ ସମ୍ମି । କାରଣ ସେତେବେଳେ କପୁର ବଂଶର ବୋହୂମାନେ ସିନେମାରେ ଅଭିନୟ କରୁନଥିଲେ । କିନ୍ତୁ ଏହି ସର୍ତ୍ତରେ ଅରାଜି ହୋଇଥିଲେ ମମତାଜ୍ ।

ନିଜଠୁ ବୟସରେ ବଡ଼ ଝିଅକୁ କରିଥିଲେ ବିବାହ :

shammi and gitaନିଜଠାରୁ ବୟସରେ ବଡ ଅଭିନେତ୍ରୀ ଗୀତା ବାଲିଙ୍କୁ ଘର ଲୋକଙ୍କ ବିରୋଧରେ ଯାଇ ବିବାହ କରିଥିଲେ ସମ୍ମି । ସବୁଠାରୁ ମଜାଦାର କଥା ହେଉଛି ଉଭୟ ହଠାତ୍ ବିବାହ କରିଥିଲେ । ଗୀତାଙ୍କ ମଥାରେ ଦେବା ପାଇଁ ସମ୍ମିଙ୍କ ନିକଟରେ ସିନ୍ଦୁର ନଥିଲା । ଯାହା ଫଳରେ ଗୀତା ନିଜ ବ୍ୟାଗରେ ରଖିଥିବା ଲିପଷ୍ଟିକ୍ ସମ୍ମିଙ୍କୁ ଦେଇଥିଲେ ମଥାରେ ଲଗାଇ ଦେବା ପାଇଁ । ୧୯୬୫ରେ ଗୀତା ବାଲିଙ୍କର ଦେହାନ୍ତ ହୋଇଥିଲା । ଯାହା ସମ୍ମିଙ୍କୁ ଦେଇଥିଲା ଗଭୀର ଧକ୍କା । ନିଜ ପ୍ରତି ଧ୍ୟାନ ଦେବା ଛାଡିଦେବାରୁ ସମ୍ମିଙ୍କ ଓଜନ ବଢିବାରେ ଲାଗିଲା । ଯାହାର ପ୍ରଭାବ ତାଙ୍କ ସିନେମା କ୍ୟାରିୟର୍ ଉପରେ ପଡିଥିଲା ।

ଦ୍ବିତୀୟ ବିବାହ ପାଇଁ ରଖିଥିଲେ ବଡ ସର୍ତ୍ତ :

ଘରର ଲୋକଙ୍କ ଚାପରେ ଆସି ଗୀତାଙ୍କ ଦେହାନ୍ତର ୪ ବର୍ଷ ପରେ ନୀଲା ଦେବୀଙ୍କୁ ବିବାହ କରିଥିଲେ ସମ୍ମି । ହେଲେ ବିବାହ ପୂର୍ବରୁ ଏକ ସର୍ତ୍ତ ରଖିଥିଲେ ସମ୍ମି । ଆଉ ସର୍ତ୍ତ ଥିଲା ମା’ ହେବେନି ନୀଲା ଆଉ ଗୀତାଙ୍କ ପିଲାଙ୍କୁ ପାଳିବେ । ସମ୍ମିଙ୍କ ଏହି ସର୍ତ୍ତରେ ରାଜି ହୋଇଗଲେ ନୀଲା ଦେବୀ ଆଉ ସାରା ଜୀବନ ଗୀତାଙ୍କ ପିଲାଙ୍କୁ ନିଜର ପିଲା ହିଁ ମାନିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.