ବାଲେଶ୍ଵରରେ ‘ୟସ୍’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି: ଟଳିପଡିଛି ଅନେକ ଗଛ, ପ୍ରଶାସନ ତରଫରୁ ଚାଲିଛି ସଫେଇ

ବାଲେଶ୍ଵର: ବାଲେଶ୍ଵରରେ ‘ୟସ୍’ର ପ୍ରଭାବ । ବ୍ୟାପକ କ୍ଷୟକ୍ଷତି ହେବା ଆରମ୍ଭ ହୋଇଯାଇଛି । ପ୍ରବଳ ପବନ ବୋହିବା ଯୋଗୁଁ ଚାରିଆଡ଼େ ରାସ୍ତା ଓ ଘର ଉପରେ ଗଛ ପଡିଛି । ବିଭିନ୍ନ ଛକ ନିକଟରେ ବଡ଼ ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଛି ।

treeସେହିପରି ବିଭିନ୍ନ ସ୍ଥାନରେ ଘର ଉପରେ ଗଛ ପଡି ଘର ଭାଙ୍ଗିବା ସହ ବ୍ୟାପକ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ପରିବାର ଲୋକେ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି । ଅନେକ ଘରେ ପବନ ଯୋଗୁଁ ଛପର ଉଡାଇ ନେଇଛି । ତେବେ ‘ୟସ୍’ ପ୍ରଭାବରେ ବାଲେଶ୍ଵରରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଶାସନ ତରଫରୁ ଗଛ ଗୁଡିକୁ ହଟାଯାଉଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.