Below header

୨୧୦୦ ମସିହାରେ ଓଡିଶା ହେବ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ

ଭୁବନେଶ୍ବର (କେନ୍ଯୁଜ୍) : ଏକୋଇଶି ଶହ ମସିହା ବେଳକୁ ଓଡ଼ିଶା ହେବ ଦେଶର ଅନ୍ୟତମ ସବୁଠୁ ଉତ୍ତପ୍ତ ରାଜ୍ୟ। କିନ୍ତୁ ଗରମ ଦିନ ସଂଖ୍ୟା ବୃଦ୍ଧିରେ ସବୁଠୁ ଆଗରେ ରହିବ ଓଡ଼ିଶା। ଏନେଇ ଚିକାଗୋ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଉଲ୍ଲେଖ ରହିଛି, ୨୦୧୦ ଗରମ ଦିନ ସଂଖ୍ୟା ଥିଲା ୧.୬୨। ଏକୋଇଶି ଶହ ମସିହା ବେଳକୁ ଏଥିରେ ଅହେତୁକ ବୃଦ୍ଧି ଘଟିବ। ଗରମ ଦିନ ସଂଖ୍ୟା ୧.୬୨ରୁ ବଢ଼ି ୪୮ ଦଶମିକ ୫ରେ ପହଞ୍ଚିବ। ଅର୍ଥାତ ପାଖିପାଖି ୩୦ ପ୍ରତିଶତ ଅଧିକ ହେବ।

ତାପଛକୁ ରହିବ ଦିଲ୍ଲୀ। ସେଠାରେ ଗରମ ଦିନ ସଂଖ୍ୟା ୨୨ଗୁଣା ଅଧିକ ବଢ଼ିବ। ହରିୟାଣାରେ ୨୦ ଗୁଣା, ପଞ୍ଜାବରେ ୧୭ ଗୁଣା ଓ ରାଜସ୍ଥାନରେ ଗରମ ଦିନ ସଂଖ୍ୟା ୭ ଗୁଣା ଅଧିକ ବୃଦ୍ଧି ପାଇବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। କିନ୍ତୁ ୨୧ ଶହ ମସିହା ବେଳକୁ ପଞ୍ଜାବ ହେବ ଦେଶରେ ସବୁଠୁ ଉତ୍ତପ୍ତ ସହର। ସେଠାରେ ବାର୍ଷିକ ହାରାହାରି ତାପମାତ୍ର ୩୬ ଡିଗ୍ରୀ ସେଲସିୟସ୍‌ ରହିବ ବୋଲି ପୂର୍ବାନୁମାନ କରିଛି ଚିକାଗୋ ବିଶ୍ୱବିଦ୍ୟାଳୟର ସର୍ଭେ ରିପୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.