୬ ହଜାର ଟଙ୍କାର ଖାଦ୍ୟ ଖାଇ ରେସ୍ତୋରାଁକୁ ଟିପ୍‌ ଦେଲେ ୮୩ ହଜାର ଟଙ୍କା! ଚକିତ ହୋଇ ରହିଗଲେ କର୍ମଚାରୀ

ଉତ୍ତର ଆୟରଲ୍ୟାଣ୍ଡର ଜଣେ ଧନୀ ବ୍ୟବସାୟୀ ୬,୫୦୦ ଟଙ୍କାର ଖାଦ୍ୟ ଖାଇବା ପରେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ୮୩ ହଜାର ଟଙ୍କା ଟିପ୍‌ ଦେଇଛନ୍ତି। ପାର୍ଟଡାଉନ୍‌ର ଦ ଇଣ୍ଡିଆନ୍‌ ଟ୍ରି ରେସ୍ତୋରାଁର କର୍ମଚାରୀମାନେ ଏତେ ଟଙ୍କା ଟିପ୍‌ ଦେଖି ଚକିତ ହୋଇ ରହିଯାଇଥିଲେ। ତେବେ ଏହି ବ୍ୟବସାୟୀ ଜଣକ ନିଜ ନାଁ ଜଣାଇବାକୁ ଉଚିତ ମଣି ନ ଥିଲେ।

ଏକ ୱେବ୍‌ସାଇଟ ମୁତାବକ, ଏହି ବିଜିନେସ୍‌ ମ୍ୟାନ୍‌ ନିଜ ପରିଚୟ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସେ ୨୦୦୨ ମସିହାରୁ ରେସ୍ତୋରାଁର ଶେଫ୍‌ ବାବୁଙ୍କ ହାତରନ୍ଧା ଖାଇବାକୁ ପାଗଳ ହେଉଛନ୍ତି। ଯେତେବେଳେ ସେ ଘରକୁ ଆସନ୍ତି, ତାଙ୍କ ହାତରନ୍ଧା ଖାଦ୍ୟ ନିଶ୍ଚିତ ଭାବେ ଖାଆନ୍ତି।

tip1

ଏହାସହ ପଢ଼ନ୍ତୁ: ଭାଇର ଚିକିତ୍ସା ପାଇଁ ପଇସା ବଞ୍ଚାଉଥିଲା ଭଉଣୀ, ୫ ବର୍ଷ ଧରି ଖାଉଥିଲା ଭାତ ଆଉ ଲଙ୍କା! ପରେ ଭୋଗିଲା ଏଭଳି କଷ୍ଟ

ରେସ୍ତୋରାଁ ନିର୍ଦ୍ଦେଶକ ଲୁନା ଏକୁଶଙ୍କ କହିବା ହେଲା, ୨୦୦୨ରୁ ଏହି ବିଜିନେସ୍‌ ମ୍ୟାନ୍‌ ଶେଫ୍‌ ବାବୁଙ୍କ ଗ୍ରାହକ ଅଛନ୍ତି। ପ୍ରଥମେ ସେ ଆମକୁ ଫୋନ୍‌ କରି ବାବୁ କ’ଣ ରାନ୍ଧିଛନ୍ତି ବୋଲି ପଚାରନ୍ତି, ଏହାପରେ ଏଠାକୁ ଆସନ୍ତି। କେବଳ ସେ ଆମ ଖାଦ୍ୟକୁ ପସନ୍ଦ କରି ନ ଥାଆନ୍ତି, ବରଂ ଏଠାକାର ସର୍ଭିସ୍‌, ବାତାବରଣ ସବୁ କିଛି ତାଙ୍କୁ ପସନ୍ଦ ଆସିଥାଏ। ଆମେ ଏହି ବିଜିନେସ୍‌ ମ୍ୟାନ୍‌ଙ୍କ ଉଦାର ବ୍ୟବହାରରେ ବହୁତ ଖୁସି ଅଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.