ନୂଆଦିଲ୍ଲୀ : ହ୍ଵାଟ୍ସ ଆପ୍ ଜରିଆରେ ଗୁଇନ୍ଦାଗିରି ବିବାଦ ଘନୀଭୂତ ହେବାରେ ଲାଗିଛି। ଆଜି କଂଗ୍ରେସ ସିଧା ଅଭିଯୋଗ କରିଛି, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ହ୍ଵାଟ୍ସ ଆପ୍ ହ୍ୟାକ୍ କରାଯାଇଥିଲା। କେବଳ ପ୍ରିୟଙ୍କା ନୁହଁ, ଏନ୍ସିପି ନେତା ଶରଦ ପାୱାର ଓ ପ୍ରଫୁଲ ପଟେଲଙ୍କ ହ୍ଵାଟ୍ସ ଆପ୍ ହ୍ୟାକ୍ କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ କହିଛି, ଯେଉଁମାନଙ୍କ ଫୋନ୍ ହ୍ୟାକ ହୋଇଛି ହ୍ଵାଟ୍ସ ଆପ୍ ସେମାନଙ୍କୁ ମେସେଜ୍ ପଠାଇଛି। ଆଉ ସେହି ମ୍ୟାସେଜ ପାଇଛନ୍ତି ପ୍ରିୟଙ୍କା ଗାନ୍ଧୀ। ହ୍ଵାଟ୍ସ ଆପ୍ ଅଭିଯୋଗ କରିଛି, ଇସ୍ରାଏଲୀ ସାଇବର ସିକ୍ୟୁରିଟି କମ୍ପାନୀ NSOର ପେଗାସସ ସଫ୍ଟୱେର ଜରିଆରେ ୨୦ଟି ଦେଶର ୧୪ଶହ ଜଣଙ୍କ ହ୍ଵାଟସ ଆପ ହ୍ୟାକ୍ କରାଯାଇଥିଲା। ସେଥିରୁ ଭାରତୀୟ ସାମ୍ବାଦିକ, ସାମାଜିକ କର୍ମୀ, ଆଇନଜୀବୀ ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ହ୍ଵାଟ୍ସ ଆପ୍ ହ୍ୟାକ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କଂଗ୍ରେସ ବିଜେପିକୁ ଭାରତୀୟ ଜାସୁସ ପାର୍ଟି ବୋଲି କହିଛି।