ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଲୋକଙ୍କୁ ଦିଆଗଲା ଚରସ କେକ୍‌, ନିଶାରେ ଚୁର୍‌ ହେଲେ ଲୋକେ

କେବେ ଆପଣ ଶୋକସଭାରେ ସାମିଲ ହୋଇଥିବା ଲୋକଙ୍କୁ ନିଶାରେ ଦେଖିଛନ୍ତି କି? ହଁ, ପୂର୍ବ ଜର୍ମାନୀର ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏଠାରେ ଅନ୍ତିମ ସଂସ୍କାର ପରେ ଆୟୋଜିତ ମୃତ ବ୍ୟକ୍ତିଙ୍କ ଶୋକସଭାରେ ଲୋକଙ୍କୁ ନିଶାଯୁକ୍ତ କେକ୍‌ ଖାଇବାକୁ ଦିଆଯାଇଥିଲା, ଯାହା କାରଣରୁ ସମସ୍ତେ ନିଶାରେ ଚୁର୍‌ ହୋଇଯାଇଥିଲେ।

ଜର୍ମାନୀ ପୋଲିସର କହିବା ମୁତାବକ, ଦୁଇଦିନ ତଳେ ଜଣେ ମୃତବ୍ୟକ୍ତିଙ୍କ ଆତ୍ମାର ସଦ୍‌ଗତି ଲାଗି ଶୋକସଭା ଆୟୋଜନ କରାଯାଇଥିଲା। ଏଥିରେ ସାମିଲ ହୋଇଥିବା ଲୋକେ ଏକ ରେଷ୍ଟୁରାଣ୍ଟକୁ କଫି ଏବଂ କେକ୍‌ ଖାଇବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କୁ ଚରସ ଥିବା କେକ୍‌ ଅର୍ଥାତ୍‌ ନିଶାଯୁକ୍ତ କେକ୍‌ ପରଷା ଯାଇଥିଲା।

ଏହାସହ ପଢ଼ନ୍ତୁ: ୬ ହଜାର ଟଙ୍କାର ଖାଦ୍ୟ ଖାଇ ରେସ୍ତୋରାଁକୁ ଟିପ୍‌ ଦେଲେ ୮୩ ହଜାର ଟଙ୍କା! ଚକିତ ହୋଇ ରହିଗଲେ କର୍ମଚାରୀ

୧୩ଜଣ ଲୋକଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା। ତଦନ୍ତରୁ ପୋଲିସ ଜାଣିବାକୁ ପାଇଲା, ହୋଟେଲର କର୍ମଚାରୀମାନେ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ କେକ୍‌ ତିଆରି କରିବାର ଦାୟିତ୍ୱ ଦେଇଥିଲେ। ଯୁବତୀ ଜଣକ କେକ୍‌ ବନାଇ ଫ୍ରିଜରରେ ରଖିଦେଇଥିଲେ। ଯେତେବେଳେ ଜଣେ କର୍ମଚାରୀଙ୍କ ସ୍ତ୍ରୀ କେକ୍‌ ଆଣିବାକୁ ଯାଇଥିଲେ, ସେ ଭୁଲ୍‌ରେ ଅନ୍ୟ ଏକ କେକ୍‌କୁ ଉଠାଇ ଆଣିଥିଲେ। ଏହି ଘଟଣାକୁ ନେଇ ପୋଲିସ ଉକ୍ତ ଯୁବତୀଙ୍କୁ ପଚରାଉଚରା କରୁଛି।

Leave A Reply

Your email address will not be published.