ସରକାରୀ ଯୋଜନା ନାଁରେ ଠକେଇ, ଜାଲ କାଗଜ ପତ୍ର ମାଧ୍ୟମରେ ଠକିନେଲେ ଲକ୍ଷାଧିକ ଟଙ୍କା

କଟକ (କେନ୍ଯୁଜ୍) : ଜାଲ କାଗଜ ପ୍ରତ୍ର ମାଧ୍ୟମରେ ଠକିନେଲେ ଲକ୍ଷାଧିକ ଟଙ୍କା । ସରକାରୀ ଯୋଜନା ନାଁରେ ବେକାରୀ ଯୁବକ ଯୁବତୀଙ୍କ ଭାଗ୍ୟ ସହ ଖେଳ । ବେକାରୀ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି କରିବା ସହ ସେମାନଙ୍କୁ ରୋଜଗାରକ୍ଷମ କରିବାକୁ କେନ୍ଦ୍ର ସରକାରଙ୍କ ଏକ ମହତ ଯୋଜନା ସ୍କିଲ ଡେଭେଲପମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ । ହେଲେ ଏହି ଯୋଜନାର ସୁଯୋଗ ନେଇ ଏବେ କିଛି ଠକ ଲକ୍ଷାଧିକ ଟଙ୍କା ନେଇଯାଇଛନ୍ତି । ଏଭଳି ଅଭିଯୋଗ ଆସିଛି କଟକ ଓଲଟପୁର ଥାନା ଅଞ୍ଚଳରୁ । ଆରବି ଏଜୁକେସନ ନାମକ ଏକ ସଂସ୍ଥା କେନ୍ଦ୍ର ସରକାରଙ୍କ ସ୍କିଲ ଡେଭେଲପମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ ସହ ଅନୁବନ୍ଧିତ ଥିବା ଦର୍ଶାଇ ଏକାଧିକ ଶିକ୍ଷାନୁଷ୍ଠାନ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛି ।

ଏହି ଠକ ସଂସ୍ଥାର ମୁଖ୍ୟ ହେଉଛନ୍ତି ଅଡ଼ଶପୁରର ବଳରାମ ବେହେରା । ଠକାମିର ଶିକାର ହେବା ପରେ ସମସ୍ତ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାମାନେ ବଳରାମଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ବଳରାମ ଅନ୍ୟ ଶିକ୍ଷାନୁଷ୍ଠାନ କର୍ମକର୍ତ୍ତାଙ୍କ ସହ କରିଥିବା ଚୁକ୍ତିନାମା ଓ ବିଭିନ୍ନ ସମୟରେ ଦେଇଥିବା ଇମେଲ ଇତ୍ୟାଦିକୁ ଓଲଟପୁର ଥାନାରେ ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.