Below header

#MeToo ମୁଭମେଣ୍ଟ, ସଂସ୍କାରୀ ବାପା ଆଣିଲେ ମାନହାନି ମାମଲା  

ଏମ୍‌. ଜେ. ଆକବରଙ୍କ ନାଁରେ ଆସିଥିବା ଅସଦାଚରଣ ଅଭିଯୋଗର ହେବ ଯାଞ୍ଚ

ମୁମ୍ବାଇ : ତନୁଶ୍ରୀ ଦତ୍ତାଙ୍କଠାରୁ ଭାରତରେ ଆରମ୍ଭ ହୋଇଥିବା ମି-ଠୁ ମୁଭମେଣ୍ଟ ତେଜିବାରେ ଲାଗିଛି । ବହୁ ସେଲିବ୍ରିଟିଙ୍କ ବିରୋଧରେ ଆସିଲାଣି ଅସଦାଚରଣ ଅଭିଯୋଗ । ମି-ଠୁ କ୍ୟାମ୍ପେନରେ ବଲିଉଡ୍‌ର ସଂସ୍କାରୀ ବାପା ଆଲୋକ ନାଥଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ପ୍ରଯୋଜିକା ବିନ୍‌ତା ନନ୍ଦା । ଏବେ ତାଙ୍କ ବିରୋଧରେ ଆଲୋକ ନାଥ ମାନହାନୀ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ବିନ୍‌ତା କିଛି ଦିନ ତଳେ ଆଲୋକ ନାଥଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ । ଫେସବୁକ୍‌ରେ ଆଲୋକ ନାଥଙ୍କ ନାଁ ନନେଇ ଏକ ଲମ୍ବା ଚଉଡ଼ା ପୋଷ୍ଟ କରିଥିଲେ ।

M-J-Akbar-

ମି-ଠୁ ମୁଭମେଣ୍ଟରେ ବିବାଦୀୟ ହୋଇଥିଲା କେନ୍ଦ୍ରମନ୍ତ୍ରୀ ଏମ୍‌. ଜେ. ଆକବରଙ୍କ ପାଇଁ ଅଡୁଆ ବଢୁଛି । ମି-ଠୁ କ୍ୟାମ୍ପେନରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ଓ ଅସଦାଚରଣ ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି କହିଛନ୍ତି । ଅନ୍ୟପେଟ  ଏମ୍‌. ଜେ. ଆକବରଙ୍କ ନାଁରେ ଆସିଥିବା ଅସଦାଚରଣ ଅଭିଯୋଗର ଯାଞ୍ଚ ହେବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା କେତେ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି । ଏମ୍‌. ଜେ. ଆକବରଙ୍କ ନାଁରେ ୯ରୁ ଅଧିକ ମହିଳା ଅଭିଯୋଗ କରିଛନ୍ତି । ନିଜ ସହ ହୋଇଥିବା ଅସଦାଚରଣ ସମ୍ପର୍କରେ ସୋସିଆଲ୍‌ ମିଡିଆରେ ମୁହଁ ଖୋଲିଛନ୍ତି । ଏପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀଙ୍କର ପ୍ରତିକ୍ରିୟା ମିଳି ନଥିବା ବେଳେ ଦଳ ଓ ସରକାରରୁ ବି ତାଙ୍କୁ ନେଇ ଆପତ୍ତିର ସ୍ୱର ଉଠିଲାଣି । ଏମ୍‌. ଜେ. ଆକବର ସାମ୍ବାଦିକ ଥିବା ସମୟରେ ସହକର୍ମଚାରୀଙ୍କ ସହ ଅସଦାଚରଣ, ଅଶ୍ଳୀଳ କଥାବାର୍ତ୍ତା କରିଥିବା ନେଇ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.