Below header

ନକଲି କୋଭିଡ ଅଫିସର କହି କରୁଥିଲେ ଚାନ୍ଦା ଆଦାୟ, ସନ୍ଦେହ ହେବାରୁ କାବୁ କରି ପୋଲିସ ଜିମା ଦେଲେ ଗାଁ ଲୋକେ

ନରସିଂହପୁର(କେ ନ୍ୟୁଜ): କଟକ ଜିଲ୍ଲା କାନପୁର ଥାନା ଅଧିନସ୍ଥ ଏକଡାଳ ଗ୍ରାମରେ ନିଶାସକ୍ତ ଯୁବକର ନିଆରା କାଣ୍ଡ । ଗ୍ରାମରେ ପଶି ନିଜକୁ କୋଭିଡ ଅଫିସର କହି ଏକ ବିଭାଘର ଚାଲିଥିବା ବେଳେ ଫାଇନ କଟାକୁ କେନ୍ଦ୍ରକରି କିଛି ସମୟ ଅସନ୍ତୋଷ ଦେଖାଦେଇଥିଲା । ସୂଚନା ମୁତାବକ ଏକ ଇନୋଭା ଗାଡିରେ ୪ ଜଣ ଯୁବକ ଆସି ଗ୍ରାମରେ ପଶି ଫାଇନ ଆଦାୟ କରୁଥିବାବେଳେ ସନ୍ଦେହ ହେବାରୁ ତାଙ୍କୁ ପ୍ରଥମେ କାବୁ କରି ଥାନାରେ ଜିମା ଦିଆଯାଇ ଥିଲା ।

ସେମାନେ ତାଳଚେର ବଅଁରପାଳର ବୋଲି ଜଣା ପଡିଥିବାବେଳେ ସେ ଏଠାକୁ କାହିଁକି ଆଶିଥିଲେ ଜଣା ପଡିନଥିଲା । ସେମାନେ ନିଶାଖାଇ ଏଭଳି କାଣ୍ଡ କରିଥିବାର ସନ୍ଦେହ । ସେ ଆସିଥିବା OD 02 AN 9339 ଇନୋଭା ଗାଡି ସହ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କାନପୁର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.