ଅମିର ଖାନଙ୍କ ଛାଡପତ୍ରକୁ ନେଇ ଝିଅ ଆଏରା ରଖିଲେ ପ୍ରତିକ୍ରିୟା, ପୋଷ୍ଟ ହେଲା ଭାଇରାଲ

ଅମିର ଖାନ ଓ କିରଣ ରାଓ ଗତ ଶନିବାର ଛାଡପତ୍ର ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାକୁ ଶୁଣିବା ପରେ ଅନେକ କଳାକାର ନିଜ ମତ ରଖିଲେ । ତାଙ୍କ ବ୍ୟକ୍ତିଗତ ଜୀବନରେ ମିଶିକି ନେଇଥିବା ନିଷ୍ପତ୍ତିକୁ ସମ୍ମାନ ଦେବା ପାଇଁ ମଧ୍ୟ କହିଲେ । ଏହାପରେ ଅମିର ଖାନ ନିଜେ କିରଣଙ୍କ ସହ ମିଶି ଏକ ଭିଡିଓ କରିଥିଲେ । ଯେଉଁଠି ସେମାନେ ଅଲଗା ହେବା ପରେ ମଧ୍ୟ ଅଲଗା ନହୋଇ ଏକାଠି ରହିବେ । ସାଙ୍ଗ ହୋଇ ଜୀବନ ସାରା ସବୁ ପରିସ୍ଥିତିରେ ଦୁହେଁ ଦୁହିଁଙ୍କ ପାଇଁ ରହିବେ ।

ଏହାକୁ ନେଇ ଅମିର ଖାନଙ୍କ ଝିଅ ଆଏରା ଖାନ ଏକ ପୋଷ୍ଟ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଏରା ଫିଲ୍ମ ଲାଇନରୁ ଦୂରେଇ ରୁହନ୍ତି । ମାତ୍ର ଜଣେ ସେଲିବ୍ରେଟିଙ୍କ ଝିଅ ହେବା କାରଣରୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ଏବେ ଅମିର ଖାନ ଏବଂ କିରଣ ଛାଡପତ୍ର ନେବା ପରେ ଝିଅ ଆଏରା ୧ମ କରି ଭିଡିଓ ପୋଷ୍ଟ କଲେ । ସେ କିଛି ଏଭଳି ଲେଖିଥିଲେ ।

‘ଆସନ୍ତା ରିଭ୍ୟୁ କାଲି, ଆଗକୁ କଣ ହେବାକୁ ଅଛି’?

ଏହାପାଇଁ ଫ୍ୟାନ୍ସ ମାନେ ମଧ୍ୟ ପ୍ରତିକ୍ରିୟା ରଖିଲେ । ଅମିର ଖାନ ଓ କିରଣ ରାଓଙ୍କ ଛାଡ଼ପତ୍ରକୁ ନେଇ ଖବର ହୋଇଥିବାର ଭାବି ଅନେକ କମେଣ୍ଟ ମଧ୍ୟ କଲେ ।

ଗତ ରବିବାର କିରଣ ଓ ଅମିରଙ୍କ ଏକ ଭିଡିଓ ଆସିଥିଲା । ଯାହା ଖୁବ ଭାଇରାଲ ହେଉଛି । ଏଥିରେ ସେ ଦୁହେଁ ବହୁତ ଖୁସି ଥିବାର କହିଛନ୍ତି । ଛାଡପତ୍ର ପରେ ମଧ୍ୟ ସେମାନେ ଏକ ପରିବାର ହୋଇ ରହିବେ । ସମ୍ପର୍କରେ ପରିବର୍ତ୍ତନ ଆସିଛି କିନ୍ତୁ ଆମେ ଦୁହେଁ ଏକାଠି ଅଛୁ । ଏଭଳି ପୋଷ୍ଟ ଦେଖି ଫ୍ୟାନ୍ସ ମାନଙ୍କର ଜବରଦସ୍ତ ରିଆକ୍ସନ ଆସିଥିବାର ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.