Below header

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଅଞ୍ଚଳରୁ ନକଲି ଡାକ୍ତର ଗିରଫ

କେନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଅଞ୍ଚଳରୁ ଏପରି ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ବେଲପାହାଡ ଥାନା ପୋଲିସ । ଛତିଗଡ଼ ଦୁର୍ଗ ଜିଲ୍ଲା ଭଂସୁଲିର ରମେଶ କୁମାର ସାହୁ ବେଲପାହାଡ ଷ୍ଟେସନପଡାରେ ଏକ କ୍ଲିନିକ କରିଛନ୍ତି। ନିଜକୁ ଜଣେ ଏମ୍‌ବିବିଏସ ଶିଶୁ ରୋଗ ବିଶେଷଜ୍ଞ କହି ସେ ୨ବର୍ଷ ହେବ ରୋଗୀଙ୍କୁ ଚିକିତ୍ସା କରୁଥିଲେ।

ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ତାଙ୍କ କ୍ଲିନିକ ଉପରେ ଚଢାଉ କରିଥିଲା। କ୍ଲିନିକରୁ କେତେକ ନକଲି ସାର୍ଟିଫିକେଟ୍‌, ପ୍ରେସକିପସନ୍‌ ପ୍ୟାଡ, ସାଇନ୍‌ ବୋର୍ଡ ଓ ମେଡିସିନ ଜବତ ହୋଇଛି। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.