Below header

ଅଳ୍ପକେ ବର୍ତ୍ତିଲେ ବର କନ୍ୟା, ଭାରସାମ୍ୟ ହରାଇ ଜେସିବିରେ ପିଟିହେଲା ବର କାର

ରେଢାଖୋଲ (କେନ୍ୟୁଜ୍‌) : ଅଳ୍ପକେ ବର୍ତ୍ତିଲେ ବର କନ୍ୟା। ବିବାହ ସାରି ସଂଧ୍ୟା ୭ ଘଟିକା ସମୟରେ ଫେରୁଥିବା ବେଳେ ଅଘଟଣ। ଭାରସାମ୍ୟ ହରାଇ କିସିଣ୍ଡା ଥାନା ନିକଟସ୍ଥ ହିରାଲୋଇ ଠାରେ ଏକ ଜେସିବି ମେସିନରେ ଆଗପଟରୁ ପିଟିଲେ ଡ୍ରାଇଭର। କିନ୍ତୁ ସୌଭାଗ୍ୟବସତଃ ଅଳ୍ଳ୍ପକେ ବର୍ତ୍ତି ଯାଇଛନ୍ତି ବର ଓ ବରକନ୍ୟା।

ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ୍ ଅନ୍ତର୍ଗତ ସର୍ଗିପାଲି ଗ୍ରାମର ରୁକମଣୀ ଧୁରୁଆଙ୍କ ପୁତ୍ର ରମାକାନ୍ତ ଧୂରୁଆ କିସିଣ୍ଡାର ବେଣୁଧର ନାଏକ ଓ ସଇରେନ୍ଦ୍ରି ନାଏକଙ୍କ ଝିଅକୁ ବିବାହ ସାରିଫେରୁଥିବା ସମୟରେ ବାଟରେ ଦୁର୍ଘଟଣା ଘଟିଥିଲା ଓ ଘଟଣାସ୍ଥଳକୁ କିସିଣ୍ଡା ପୋଲିସ ଏସ୍ ଆଇ ରାମେଶ୍ୱର ସିଂଙ୍ଗ,ଏ ଏସ୍ ଆଇ କଷ୍ଟୂଚରଣ ବେହେରା,ଏ ଏସ୍ ଆଇ ଟିକେ ଲାଲ୍ ଭୋଇ ଏବଂ ମହିଳା ସବ ଇନିସ୍ପେକଟର ବିଳାସିନୀ ଭୋଇ ପହଞ୍ଚି ବୁଝାସୁଝା କରିଥିଲେ।

ଏହାସହିତ ଘଟଣାସ୍ଥଳରେ କିସିଣ୍ଡା ପୋଲିସର ମହତପଣିଆ ଦେଖିବାକୁ ମିଳିଛି। ରାସ୍ତା ମଝିରେ ଦୁର୍ଘଟଣା ଗ୍ରସ୍ଥ କାରକୁ ପୋଲିସ ଟିମ୍ ନିଜ ହାତରେ ସ୍ଥାନିୟ ଯୁବକଙ୍କ ସହ ମିଶି କାରକୁ ଉଦ୍ଧାର କରି ରାସ୍ତାକୁ ଆଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.