ବିନା ପ୍ରମାଣପତ୍ରରେ ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଧରାପଡ଼ି ହେଲେ ଅଟକ

ଭୁବନେଶ୍ୱର(କେନ୍ୟୁଜ୍‌) : ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ । ହେଲେ ଅର୍ଥ ପାଇଁ କିଛି ବ୍ୟକ୍ତି ନକଲି ଡାକ୍ତର ସାଜି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଭଳି ଖବର ଖୋଦ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ମେନ୍ ରୋଡ଼ର ପ୍ରଦୀପ ପ୍ରସାଦ ରାମଙ୍କ ଭଉଣୀ କର୍କଟ ରୋଗରେ ପୀଡ଼ିତ ହୋଇ ରାଜଧାନୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଡାକ୍ତରଖାନାରେ ଚିକିତ୍ସା ସମୟରେ ଗଙ୍ଗାପଡା ଭଟକୁରୀର ଜାନକୀ ବଲଭ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ରୋଗୀଙ୍କୁ ଆରୋଗ୍ୟ କରିଦେବେ ବୋଲି କହିଥିଲେ । ଏହି ନକଲି ଡାକ୍ତରଙ୍କ କଥାରେ ପଡ଼ି ଘର ଲୋକେ ଉକ୍ତ କର୍କଟ ରୋଗୀଙ୍କୁ ମେଡିକାଲରୁ ନେଇ ଆସିଥିଲେ ।

ଉକ୍ତ ନକଲି ଡାକ୍ତରଙ୍କ ଜିଦ୍ ଯୋଗୁଁ ଉକ୍ତ ରୋଗୀଙ୍କୁ ହସପିଟାଲରୁ ଆଣି ଜାନୁଆରୀ ୨୦୨୧ ପରଠାରୁ ତାଙ୍କ ଅଧୀନରେ ଚିକିତ୍ସିତ କରାଉଥିଲେ । କିନ୍ତୁ ଉକ୍ତ ରୋଗୀଙ୍କର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା । ବର୍ତ୍ତମାନ ରୋଗୀ ଜଣକ ନିଜ ଜୀବନ ସହ ସଂଗ୍ରାମ କରୁଛନ୍ତି । ତେବେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କୌଣସି ଡାକ୍ତରୀ ପ୍ରମାଣପତ୍ର ବିନା ରୋଗୀ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି । ଏନେଇ ଚନ୍ଦକା ପୋଲିସ ଏକ ମାମଲା ରୁଜୁ କରିଛି । ଗିରଫ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.