ଜୟପୁର ପିଆରପେଟା ଚତୁର୍ଥ ଲାଇନ୍ର ଏକ ଘରୁ ଜବତ ହେଲା ବସ୍ତା ବସ୍ତା ନକଲି ମସଲା

ଜୟପୁର(କେନ୍ୟୁଜ୍) : ନକଲି ତେଲ, ନକଲି ଘିଅ ପରେ ଏବେ ନକଲି ମସଲା । ଜବତ ହେଲା ବସ୍ତା ବସ୍ତା ନକଲି ମସଲା । ଜୟପୁର ପିଆରପେଟା ଚତୁର୍ଥ ଲାଇନ୍ର ଏକ ଘରୁ ଚାଲିଥିଲା ଏପରି କାରବାର । ଖବର ପାଇ ଟାଉନ୍ ପୋଲିସର ଏକ ଟିମ୍ ଚଢାଉ କରିଥିଲା । ବସ୍ତା ବସ୍ତା ମସଲା, କରି ପାଉଡ଼ର ଓ ହଳଦିଗୁଣ୍ଡ ଇତ୍ୟାଦି ଜବତ ହୋଇଛି । ଗୋଟିଏ ଜାଗାରେ ଗଦା ଗଦା ମସଲା ରଖାଯାଇ ବାହାରକୁ ସପ୍ଲାଇ ହେଉଥିଲା । ନିଛାଟିଆ ଘରେ ମେସିନ୍ ରଖାଯାଇ ଏଭେରେଷ୍ଟ ବ୍ରାଣ୍ଡର ମସଲା ତିଆରି କରାଯାଉଥିଲା । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଜି ଘଟଣାସ୍ଥଳକୁ ଯାଇ ଫୁଡ୍ ଇନ୍ସପେକ୍ଟର ଯାଞ୍ଚ କରିବେ । ଅଟକ ବ୍ୟକ୍ତି ଦିଗପହଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁଇ ବର୍ଷ ହେବ ସେ ଏଠାରେ ଏପରି କାରବାର କରୁଥିବା ଜାଣିବାକୁ ପାଇଛି ପୋଲିସ ।