ଧରାପଡିଲା ଜାଲ ନୋଟ କାରବାର, କିଙ୍ଗପିନ ଗିରଫ

ଯାଜପୁର ଟାଉନ (କେନ୍ୟୁଜ) : ଭଡାଟିଆଙ୍କ ନକଲି ନୋଟ ବ୍ୟବସାୟ । ଘର ଭିତରୁ ମିଳିଲା ପୁଳାପୁଳା ଟଙ୍କା । ସେ ପୁଣି ଶହ କି ହଜାରରେ ନୁହେଁ, ଲକ୍ଷରେ । ଲକ୍ଷ ଲକ୍ଷ ନକଲି ଟଙ୍କା ବ୍ୟବସାୟ କରୁଥିବା ପତିପତ୍ନୀଙ୍କୁ ଧରିଲା ପୋଲିସ । ଗାଁ ଭିତରେ ରାତି ଅଧରେ ସୁରକ୍ଷିତ ଭାବେ ଚାଲି ନୋଟ ଧନ୍ଦା । ଯାଜପୁର ଜିଲ୍ଲା ସନ୍ଥମାଧବ ଅଞ୍ଚଳର ଏକ ଭଡାଘରେ ଚାଲୁଥିଲା ଜାଲ ନୋଟ କାରବାର । ପୋଲିସ ରାତିଅଧିଆ ଚଢାଉ କରି ଏହାର କିଙ୍ଗପିନକୁ ଗିରଫ କରିଛି । ତା ନିକଟରୁ ୧୩ଲକ୍ଷ ୧୫ହଜାର ୫୦୦ ଟଙ୍କା ନକଲି ନୋଟ ଜବତ କରାଯାଇଛି । ଗାଁ ଭିତରେ ଘର ଭଡା ନେଇ ଅଭିଯୁକ୍ତ ଜଣକ ନିଜ ର‍୍ୟାକେଟ ଚଳାଇ ଆସୁଥିଲା । ପୋଲିସ ଭଡା ଘରୁ ୧୦୦,୨୦୦,୫୦୦ ଟଙ୍କିଆ ନକଲି ନୋଟ ସହ ପ୍ରିଣ୍ଟିଂ ମେସିନ, ଷ୍ଟାମ୍ପ, କାଳି ଓ ଅନ୍ଯାନ୍ଯ ସାମଗ୍ରୀ ଜବତ କରାଯାଇଛି ।

ପ୍ରିଣ୍ଟିଂ ମେସିନକୁ ଦେଖିଲେ ଆପଣ ଭାବିବି ପାରିବେନି କି ଏଥିରେ ହେଉଥିଲା ଏଭଳି କାରବାର । ରାଜ୍ୟ ତଥା ରାଜ୍ୟ ବାହାରକୁ ନକଲି ନୋଟ ଚାଲାଣ କରୁଥିଲା ଅଭିଯୁକ୍ତ । ଅତି ଚାଲାକର ସହ ସ୍ୱାମୀ ସ୍ତ୍ରୀ ଉଭୟ ମିଶି କରୁଥିଲେ ନୋଟ ଚାଲାଣ । ଯାହାର ଟେର ତକ ପାଇନଥିଲେ ଗାଁଲୋକେ । ଲୋକଙ୍କର କହିବା କଥା କି ଦୁହେଁ ୩ମାସ ହବ ଏଠାରେ ରହି ଆସୁଥିଲେ । ଘର ମାଲିକ ବି ଏଠାରେ ରୁହନ୍ତିନି । ଘର ଚାରିପାଖରେ ପାଚେରୀ ଥିବାର ସୁଯୋଗ ନେଇ ଘର ନିଆଯାଇଥିଲା ଆଉ ତାପରେ ଚାଲିଥିଲା ବ୍ୟବସାୟ ।

ମୁଖ୍ୟ ଅଭିଯୁକ୍ତ ହେଲା ଚନ୍ଦ୍ରମଣୀ ବଳ । ତାକୁ ଗିରପଂ କରି କୋର୍ଟ ଚାଲାଣ କରିଛି ପୋଲିସ । କିନ୍ତୁ ତାର ସହଯୋଗୀ ଅର୍ଥାତ ଚନ୍ଦ୍ରମଣୀ ସ୍ତ୍ରୀ ଫେରାର ରହିଛି । ଚନ୍ଦ୍ରମଣୀର ଘର ମଂଗଳପୁର ଥାନା କାଟିଆ ନିକଟସ୍ଥ ଛଞ୍ଚିଣା ଅଂଚଳରେ ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଏହି ଜାଲ ନୋଟ କାରବାରରେ ଯାଜପୁର ରୋଡ ଓ କାଳିଆପାଣି ପୋଲିସ ଦ୍ୱାରା ଗିରଫ ହୋଇଥିଲା । ତେବେ ଏହି ର‍୍ୟାକେଟ ମାଧ୍ୟମରେ ଅନ୍ୟ ସଦସ୍ୟ ମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।ଏଥିସହିତ ତଦନ୍ତ ପାଇଁ ଆବଶ୍ୟକ ପଡିଲେ ଚନ୍ଦ୍ରମଣୀଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ତେବେ ନୂଆ ବର୍ଷରେ ଯାଜପୁର ପୋଲିସର ଚଢାଉରେ ଏତେ ପରିମାଣର ଜାଲ ନୋଟ ଜବତ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.