ନକଲି ଅଧିକାରୀଙ୍କ ନକଲି ଜବ୍ କାର୍ଡ ବଣ୍ଟନ, ଲୋକେ ଧରି ପୋଲିସକୁ ଦେଲେ

ଆନନ୍ଦପୁର (କେନ୍ୟୁଜ୍) : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନକଲି ଜବ୍ କାର୍ଡ। ନକଲି ଜବ୍ କାର୍ଡ ବଣ୍ଟନ କରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ଯୁବକ ଅଟକ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଗହଳମୁଣ୍ଡା ପଞ୍ଚାୟତ ଜଞ୍ଜାଳି ଗ୍ରାମରେ ଘଟିଛି ଏଭଳି ଘଟଣା। ଗତକାଲି ଗାଁରେ ଦୁଇ ଜଣ ଯୁବକ ପହଞ୍ଚି ଲୋକଙ୍କୁ ପ୍ରଲୋଭିତ କରି ଜବ୍ କାର୍ଡ ବାଣ୍ଟୁଥିବା ବେଳେ ଗାଁ ଲୋକେ ଜଣକୁ ଅଟକ ରଖିଥିଲେ। ସେହିପରି ଅନ୍ୟ ଜଣେ ଫେରାର ହୋଇଯାଇଥିଲା। ଏହାକୁ ନେଇ ଆଜି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆନନ୍ଦପୁର ପୋଲିସ ପହଞ୍ଚି ଅଟକ ଥିବା ତରୁଣ ପଣ୍ଡା ନାମକ ଯୁବକଙ୍କୁ ଗିରଫ କରିଛି। ତେବେ ଏହା ପଛରେ କୌଣସି ରାକେଟ ଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।