Below header

ଜୟପୁର ପୌରାଞ୍ଚଳରେ ସର୍ଭେ କରୁଥିଲେ ନକଲି ଅଫିସର୍‌, ସନ୍ଦେହ ହେବାରୁ ଅଟକ ରଖିଛି ପୋଲିସ୍‌

ଜୟପୁର ପୋଲିସ ହେପାଜତରେ ନକଲି କେନ୍ଦ୍ରୀୟ ଟିମ୍‌ । ସ୍ୱଚ୍ଛ ଭାରତ ଅଧୀନରେ ଜୟପୁର ପୌରାଞ୍ଚଳକୁ ODF ପ୍ଲସ୍‌ ର‍୍ୟାଙ୍କିଙ୍ଗ ଦେବା ନେଇ ସର୍ଭେ ପାଇଁ ଆସିଥିଲେ ଏକ ଦୁଇ ଜଣିଆ ଟିମ । ତେବେ ସେମାନେ ନକଲି ଅଧିକାରୀ ବୋଲି ଜଣାପଡିବା ପରେ ପୌର କର୍ତ୍ତୃପକ୍ଷ ସେମାନଙ୍କୁ ପୋଲିସ୍‌ ହାତରେ ଦେଇଛନ୍ତି ।

ଜୟପୁର(କେନ୍ୟୁଜ୍): ସର୍ଭେ ପାଇଁ ଆସିଥିବା ନକଲି ବାବୁ ଧରାପଡ଼ିଗଲେ । ଜୟପୁର ପୋଲିସ ହେପାଜତରେ ନକଲି କେନ୍ଦ୍ରୀୟ ଟିମ୍‌ । ସ୍ୱଚ୍ଛ ଭାରତ ଅଧୀନରେ ଜୟପୁର ପୌରାଞ୍ଚଳକୁ ODF ପ୍ଲସ୍‌ ର‍୍ୟାଙ୍କିଙ୍ଗ ଦେବା ନେଇ ସର୍ଭେ ପାଇଁ ଆସିଥିଲେ ଏକ ଦୁଇ ଜଣିଆ ଟିମ । ତେବେ ସେମାନେ ନକଲି ଅଧିକାରୀ ବୋଲି ଜଣାପଡିବା ପରେ ପୌର କର୍ତ୍ତୃପକ୍ଷ ସେମାନଙ୍କୁ ପୋଲିସ୍‌ ହାତରେ ଦେଇଛନ୍ତି । ସେମାନେ ପୁରୁଣା ନିଯୁକ୍ତି ପତ୍ର ଦେଖାଇ ଅନ୍ଯ ବ୍ଯକ୍ତିଙ୍କ କାର୍ଯ୍ୟାଦେଶ ଦେଖାଇ କାମ ଆରମ୍ଭ କରି ଥିଲେ । ଏହି ଦୁଇ କର୍ମଚାରୀ ଆଉ ଟଙ୍କା ମାଗିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା । ତେଣୁ ପୋଲିସ୍‌କୁ ଖବର ଦେଇଥିଲେ ଜୟପୁର ପୌର ଅଧ୍ୟକ୍ଷ ।

ଅଭିଯୋଗ ଆଧାରରେ ଦୁଇ ନକଲି ଅଧିକାରୀଙ୍କୁ ପୋଲିସ ଉଠାଇ ନେଇଛି । ସ୍ୱଚ୍ଛ ଭାରତ ମିଶନ୍‌ରେ ସର୍ଭେ ପାଇଁ ଜୟପୁର ପୌର ପାଳିକାକୁ ଆସିଥିବା ଏହି ଦୁଇ ଯୁବକ ପୂର୍ବରୁ ଭୁବନେଶ୍ଵର ସ୍ଥିତ କେନ୍ଦ୍ରୀୟ କ୍ୱାଲିଟି କଣ୍ଟ୍ରୋଲ କାର୍ଯ୍ୟାଳୟରେ କାମ କରୁଥିଲେ । ତେବେ ସେମାନଙ୍କୁ କାର୍ଯ୍ୟାରୁ ବାହାର କରି ଦିଆ ଯାଇଥିଲା । ଏ ନେଇ ସୂଚନା ମିଳିବା ପରେ ପୌର ଅଧ୍ୟକ୍ଷ ପୋଲିସ୍‌କୁ ଖବର ଦେଇଥିଲେ । ଜୟପୁର ପୌର ଅଧିକାରୀ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ପୋଲିସ ଏହି ଦୁଇ ଯୁବକଙ୍କୁ ଅଧିକ ପଚାର ଉଚରା କରିବା ପାଇଁ ଅଟକ ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.