Below header

କଟକ ଜଗତପୁରରୁ ନକଲି ସସ୍‌ ତିଆରି କାରଖାନା ଠାବ

କଟକ : କଟକ ଜଗତପୁରରୁ ନକଲି ସସ୍‌ ତିଆରି କାରଖାନା ଠାବ । ଜଗତପୁର ଥାନା ପୋଲିସ ଚଢ଼ାଉ କରି ଠାବ କରିଛି ଏହି କାରଖାନା । ଟମାଟୋ ସସ୍‌ ଭଳି ଖାଦ୍ୟ ସମଗ୍ରୀର ମଧ୍ୟ ହେଉଥିଲା ନକଲି । ଯାହାର ବ୍ଯବହାର ପ୍ରତିଦିନ ସମସ୍ତଙ୍କ ଘରେ ହୋଇଥାଏ । ବିଶେଷ ଭାବେ ଛୋଟ ଛୁଆ ଏବଂ ଯୁବପୀଢିଙ୍କ ଏହା ଖୁବ୍ ପସନ୍ଦ। ତେବେ ପ୍ରାୟ ୮ ମାସ ହେଲା ଚାଲିଥିଲା ଏହି ନକଲି ସସ୍‌ ତିଆରି କାରଖାନା । ଯାହାର କୌଣସି ସୁରାକ୍ ପାଇନଥିଲା ପୋଲିସ୍।

ତେବେ ଏଭଳି ବାରମ୍ବାର ଖାଦ୍ଯ ସାମଗ୍ରୀର ନକଲି କାରଖାନା କରି କିଛି ଟଙ୍କା ଲୋଭରେ ଲୋକଙ୍କ ଜୀବନକୁ ବାଜି ଲଗାଉଛନ୍ତି କିଛି ଅସାମାଜିକ ବ୍ଯକ୍ତି । ଏଥି ପ୍ରତି ପୋଲିସ୍ ପ୍ରଶାସନ ଆହୁରୀ ସତର୍କ ରହିବା ସହ, ଏଥିରେ ଲିପ୍ତ ଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ଆବଶ୍ଯକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.