ଏହି ଦେଶରେ ମୂଷାକୁ ମିଳିଲା ସାହସୀ ପୁରସ୍କାର, ବଞ୍ଚାଇଥିଲା ହଜାର ହଜାର ଲୋକଙ୍କ ଜୀବନ

ଜୀବଜନ୍ତୁକୁ ନେଇ ଆପଣମାନେ ବହୁତ ସାରା କାହାଣୀ ଶୁଣିଥିବେ କିମ୍ବା ଦେଖିଥିବେ। ଯେଉଁଥିରେ ଆମକୁ କିଛି ଜିନିଷ ମଜାଳିଆ ଲାଗିଥିବା ବେଳେ ଆଉ କିଛି ଶିକ୍ଷଣୀୟ ମଧ୍ୟ ହୋଇଥାଏ। କିନ୍ତୁ କେବେ ଜୀବଜନ୍ତୁଙ୍କର କିଛି କାର୍ଯ୍ୟ କିମ୍ବା ସାହସିକତାକୁ ନେଇ ପୁରସ୍କାର ମିଳିଥିବା ଦେଖିଛନ୍ତି। ହଁ ଆପଣ ହୁଏତ କୁକୁରଙ୍କୁ ସାହସିକତା ପାଇଁ ପୁରସ୍କାର କରାଯାଉଥିବା ନିଶ୍ଚିତ ଦେଖିଥିବେ କିମ୍ବା ଜାଣିଥିବେ, ତାହା ପୁଣି ମିଲିଟାରୀ କ୍ଷେତ୍ରରେ। କିନ୍ତୁ କେବେ କୌଣସି ମୂଷାକୁ ବାହାଦୁରୀ ଏବଂ କର୍ତ୍ତବ୍ୟ ପ୍ରତି ସମର୍ପଣ ପାଇଁ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରାଯିବା କଥା ହୁଏତ ଆପଣ ପ୍ରଥମ ଥର ପାଇଁ ଶୁଣୁଥିବେ।

ଏମିତି ଏକ ଘଟଣା କାମ୍ବୋଡିଆରେ। ଯେଉଁଠି ଲ୍ୟାଣ୍ଡମାଇନର ସନ୍ଧାନ କରୁଥିବା ମୂଷାକୁ ଜୀବନସାରା ବାହାଦୂରୀ ଓ କର୍ତ୍ତବ୍ୟ ପ୍ରତି ସମର୍ପଣ ପାଇଁ ସ୍ଵର୍ଣ୍ଣ ପଦକରେ ସମ୍ମାନିତ କରାଯାଇଛି। ମଗାଓ୍ଵା ଏକ ବିଶାଳ ଆଫ୍ରିକାନ ପାଉଚ ମୂଷା ଯିଏକି ୩୯ ଲ୍ୟାଣ୍ଡମାଇନ୍ ସନ୍ଧାନ କରିବାରେ ସଫଳ ହୋଇଛି। ଏହା ସହିତ କାମ୍ବୋଡିଆରେ ୨୮ ବିସ୍ଫୋରକ ସାମଗ୍ରୀ ସନ୍ଧାନ କରିଛି ଏହି ମୂଷା। ମୂଷାକୁ ଏପିଓପିଓ ଦ୍ଵାରା ପ୍ରଶିକ୍ଷିତ କରାଯାଇଥିଲା। ସେ ସଂସ୍ଥାର ସବୁଠୁ ସଫଳ ମୂଷା।

rat

ମଗାଓ୍ଵାକୁ ଆନୁଷ୍ଠାନିକ ଭାବେ ତାର କାମ ପାଇଁ ମାନ୍ୟତା ଦିଆଯାଇଛି। ଏହି ଧରଣର ପୁରସ୍କାର ପାଇବାରେ ଚ୍ୟାରିଟିର ୭୭ ବର୍ଷର ଇତିହାସରେ ଏହା ପ୍ରଥମ ମୂଷା। ଏପିଓପିଓର ମୁଖ୍ୟ କାର୍ଯ୍ୟକାରୀ କ୍ରିଷ୍ଟୋଫ କକ୍ସ କହିଛନ୍ତି, ମଗଓ୍ଵା ଏହି ପଦକ ପାଇବା ବାସ୍ତବରେ ଆମ ପାଇଁ ସମ୍ମାନର କଥା। ଏହି ସଂସ୍ଥା ବିଶେଷ କରି ପଶୁଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି।

rat 1

ଉଲ୍ଲେଖନୀୟ କାମ୍ଵୋଡିଆର ଲୋକ ସମଗ୍ର ଦୁନିଆରେ ସବୁଠୁ ଅଧିକ ଲ୍ୟାଣ୍ଡମାଇନରେ ପୀଡିତ। ତେଣୁ ଲ୍ୟାଣ୍ଡମାଇନ୍ ଚିହ୍ନଟ ପାଇଁ ମୂଷାକୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି। ସୂଚନାଯୋଗ୍ୟ, କାମ୍ବୋଡିଆରେ ୧୯୭୦ ରୁ ୧୯୮୦ ମସିହାରେ ଭୟଙ୍କର ଗୃହଯୁଦ୍ଧରେ ପ୍ରଭାବିତ ହୋଇଥିଲା। ଏହି ସମୟରେ ଶତ୍ରୁକୁ ମାରିବା ପାଇଁ ବଡମାତ୍ରାରେ ବାରୁଦ ସୁଡଙ୍ଗ ନିର୍ମାଣ କରାଯାଉଥିଲା।