Below header

ମାଟି ତଳେ ଜୀବନ, ଶ୍ରମିକମାନଙ୍କ ଉଦ୍ଧାର ପାଇଁ ପରିବାର ଓ ଗ୍ରାମବାସୀଙ୍କ ତରଫରୁ ପୂଜାର୍ଚ୍ଚନା

ଉତ୍ତରାଖଣ୍ଡ ଉତ୍ତରକାଶୀରେ ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣାକୁ ୫ଦିନ ପୁରିଛି। ଦିନପରେ ଦିନ ବିତିଲା ୫ଦିନ ହେଲାଣି ନା ସେ ଆସୁଛନ୍ତି ନା ତାଙ୍କର ଖବର ଆସୁଛି । ତେବେ ଭଗବାନ ହିଁ ଭରସା।

ବାଙ୍ଗିରିପୋଷି :  ଉତ୍ତରାଖଣ୍ଡ ଉତ୍ତରକାଶୀରେ ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣାକୁ ୫ଦିନ ପୁରିଛି। ଦିନପରେ ଦିନ ବିତିଲା ୫ଦିନ ହେଲାଣି ନା ସେ ଆସୁଛନ୍ତି ନା ତାଙ୍କର ଖବର ଆସୁଛି । ତେବେ ଭଗବାନ ହିଁ ଭରସା। ଦୁଇ ଛୁଆଙ୍କୁ ଧରି କିପରି ବଞ୍ଚିବି ମୁଁ, ଏହିପରି କୋହ ଭରା କଣ୍ଠରେ କାନ୍ଦୁଛନ୍ତି ବିଶ୍ୱେଶ୍ୱର ନାଏକଙ୍କ ସ୍ତ୍ରୀ ସୁକାନ୍ତି ନାଏକ ।

ଉତ୍ତରାଖଣ୍ଡରେ ହୋଇଥିବା ଟନେଲ ଟ୍ରେଜେଡିକୁ ଆଜି ୫ଦିନ ବିତିଲା । ସ୍ତ୍ରୀ ଠୁ ଆରମ୍ଭ କରି ବନ୍ଧୁ ବାନ୍ଧବ ସମସ୍ତେ ଅନିଶ୍ଚିତତା ମଧ୍ୟରେ । ଏପରିକି ସମସ୍ତଙ୍କ ମନ ଆଶା ଆଶଙ୍କାରେ ।ମାଟି ଫଶି ହୋଇ ରହିଥିବା ସ୍ୱାମୀ କେବେ ସୁରକ୍ଷିତ ଘରକୁ ଫେରିବ ।

ଏବେ ଭଗବାନ ଏକମାତ୍ର ଭରସା । ବିଶ୍ୱେଶ୍ୱରଙ୍କ ଶୁଭ ମନାସି ଆଜି ବାବା ଝାଡେଶ୍ବରଙ୍କ ନିକଟରେ ଶରଣ ପଶିଛନ୍ତି ସ୍ତ୍ରୀ, ବନ୍ଧୁ ବାନ୍ଧବ ଓ ଗ୍ରାମବାସୀ । ବିଶ୍ୱେଶ୍ୱର ନାଏକଙ୍କ ପତ୍ନୀ, ସମ୍ପର୍କୀୟ ଆଜି ଗାଁ ଶିବ ମନ୍ଦିରରେ ଜଳାଭିଷେକ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।

ଉତ୍ତରାଖଣ୍ଡ ଟନେଲ ଟ୍ରେଜେଡିରେ ଚାଳିଶ ଜଣ ଶ୍ରମିକ ଫଶି ରହିଥିବା ବେଳେ ସେଥି ମଧ୍ୟରେ ରହିଛନ୍ତି ପାଞ୍ଚ ଜଣ ଓଡ଼ିଆ  ଓ ୩ଜଣ ମୟୁରଭଂଜର ଯୁବକ । ବିଶ୍ୱଶ୍ୱର ନାଏକ, ଧୀରେନ ନାଏକ ଓ ରାଜୁ ନାଏକ ତିନିଜଣ ନିଜ ନିଜ ସମ୍ପର୍କୀୟ ହୋଇଥିବା ବେଳେ ସମସ୍ତଙ୍କ ପରିବାର ବର୍ଗ ଏବେ ଚାହିଁ ବସିଛନ୍ତି , କେବେ ଘରକୁ ସୁରକ୍ଷିତ ଫେରିବେ ଏହି ତିନିଜଣ  । ସେ ନେଇ ସରକାରଙ୍କୁ ଗୁହାରି କରିଛନ୍ତି ଆତ୍ମୀୟ ସ୍ଵଜନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.