ଭଗବାନଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛି ସାରା ପରିବାର, ଚେନ୍ନାଇରୁ ପୁଅର ଶବ ଆଣିବାକୁ ସରକାରଙ୍କୁ କଲେ ନିବେଦନ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍‌ ରତଙ୍ଗ ପଚାଁୟତର ପୋଡାପଡା ଗ୍ରାମ। ଏହି ଗ୍ରାମର ୧୯ ବର୍ଷର ଯୁବକ ଭଗବାନ ଭୁକ୍ତା । ଯିଏ ନିଜ ପରିବାରର ଆର୍ଥିକ ପରିସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଥିଲେ। ପରିବାରରେ ଲାଗିରହିଥିବା ଅଭାବ ଅନାଟନ ଓ ପରିବାରର ପ୍ରତିପୋଷଣ ପାଇଁ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିଲେ ସେ।

କନ୍ଧମାଳ(କେନ୍ୟୁଜ୍‌) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍‌ ରତଙ୍ଗ ପଚାଁୟତର ପୋଡାପଡା ଗ୍ରାମ। ଏହି ଗ୍ରାମର ୧୯ ବର୍ଷର ଯୁବକ ଭଗବାନ ଭୁକ୍ତା । ଯିଏ ନିଜ ପରିବାରର ଆର୍ଥିକ ପରିସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଥିଲେ। ପରିବାରରେ ଲାଗିରହିଥିବା ଅଭାବ ଅନାଟନ ଓ ପରିବାରର ପ୍ରତିପୋଷଣ ପାଇଁ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିଲେ ସେ।

ହେଲେ ଚଳିତ ମାସ ୧୯ ତାରିଖ ରାତିରେ କୌଣସି କାରଣ ବଶତଃ ଭଗବାନଙ୍କ ମୃତ୍ୟୁ ହୋଇଛି। ଭଗବାନଙ୍କ ମୃତ୍ୟୁ ଖବର ଶୁଣିବା ପରେ ସମଗ୍ର ଫିରିଙ୍ଗିଆ ଅଞ୍ଚଳରେ ଦୁଃଖର ଲହରି ଖେଳିଯାଇଛି । ଭଗବାନ ଘରର ଏକମାତ୍ର ରୋଜଗାରିଆ ପୁଅ ଥିବାରୁ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଏବେ ପରିବାର ଲୋକେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ।

ନିଜ ପୁଅର ମୃତ୍ୟୁଶରୀର ଚେନ୍ନାଇରୁ ଘରକୁ ଆଣିବା ପାଇଁ ଅକ୍ଷମ ଥିବାବେଳେ, ଶବ ଆଣିବାକୁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାରବର୍ଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.