ଅଙ୍ଗନବାଡ଼ିରେ ଚାକିରି ପାଇଁ ପରିବାରକୁ ବାସନ୍ଦ ଅଭିଯୋଗ

ଅଙ୍ଗନବାଡ଼ିରେ ଚାକିରି ପାଇଁ ପରିବାରକୁ ବାସନ୍ଦ ଅଭିଯୋଗ। କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କଲେ ଅଭିଯୋଗକାରିଣୀ। ଢେଙ୍କାନାଳ ଜିଲ୍ଲା ଭୂବନ ବ୍ଲକ ଜୟପୁର ଗାଁ ପାଇଁ ଅଙ୍ଗନାବାଡି ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଅଙ୍ଗନବାଡ଼ିରେ ଚାକିରି ପାଇଁ ପରିବାରକୁ ବାସନ୍ଦ ଅଭିଯୋଗ। କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କଲେ ଅଭିଯୋଗକାରିଣୀ। ଢେଙ୍କାନାଳ ଜିଲ୍ଲା ଭୂବନ ବ୍ଲକ ଜୟପୁର ଗାଁ ପାଇଁ ଅଙ୍ଗନାବାଡି ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପରେ ସେହି ଗାଁର ଜ୍ୟୋତିର୍ମୟୀ ପାତ୍ର ଅବେଦନ କରିଥିଲେ। ତେବେ ଗାଁର ଅନ୍ୟ ୨ଜଣ ମିଥ୍ୟା ଜାତିଗତ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ଆଣିଥିଲେ ଜ୍ୟୋତିର୍ମୟୀ।

ଏନେଇ ତଦନ୍ତ ହେବା ପରେ ଆବେଦନକାରୀ ପ୍ରଜ୍ଞା ବେହେରା ଓ ଶୁଭସ୍ମିତା ମଲ୍ଲିକଙ୍କୁ ବାଦ ଦିଆଯାଇଥିଲା। ଏହା ପରେ ଗାଁ ସଭାପତି ଓ ସଂପାଦକ ଜ୍ୟୋତିର୍ମୟୀଙ୍କ ଶ୍ବଶୁରଙ୍କୁ ଡକାଇ ଅଭିଯୋଗ ଦରଖାସ୍ତକୁ ଫେରାଇ ଆଣିବାକୁ କହିଥିଲେ। ସେ ଏହା ନକରିବାରୁ ତାଙ୍କ ପରିବାରକୁ ଗାଁରୁବାସନ୍ଦ କରାଯାଇଛି।

ସେପଟେ ନିଯୁକ୍ତି ପରଠାରୁ ବିଭିନ୍ନ ସମୟରେ ଗାଁର ଲୋକମାନେ ଜ୍ୟୋତିର୍ମୟୀଙ୍କୁ ହଇରାଣ କରୁଥିବା ନେଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ପରିବାରକୁ ନିଜ ବିଲରେ ଚାଷ କରିବାକୁ ମଧ୍ୟ ଗ୍ରାମବାସୀ ଛାଡୁନାହାନ୍ତି। ସମାଧାନ ପାଇଁ ସରପଞ୍ଚଙ୍କୁ କହିବାରୁ ୫ଲକ୍ଷ ଟଙ୍କା ଦେଲେ ଗ୍ରାମ ସହିତ ମିଶିପାରିବ ବୋଲି କହିଛନ୍ତି। ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ମଲ୍ଲିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.