Below header

ଚୋରା କାଠ ଚାଲାଣରେ ପୁରା ପରିବାର : ପୋଲିସକୁ ଚକମା ଦେବା ପାଇଁ ହାଇ ଭୋଲଟେଜ୍ ଡ୍ରାମା

କେନ୍ଦୁଝର : ଚୋରା କାଠ ଚାଲାଣରେ ପୁରା ପରିବାର । ପୋଲିସ୍ ଆଖିରେ ଧୂଳି ଦେଇ ଗାଡି ଧରି ଫେରାର ହେବା ପାଇଁ ସମ୍ପୂର୍ଣ୍ଣ ପରିବାରର ହାଇ ଭୋଲଟେଜ୍ ଡ୍ରାମା । ଏଭଳି ନାଟକୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ । ସୂଚନା ଅନୁସାରେ, ଏକ ପିକ ଅପ୍ ଭ୍ୟାନରେ ବେଆଇନ ଚୋରା କାଠ ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ ଜଗିଥିଲା । ବନ ବିଭାଗକୁ ଦେଖି ଭ୍ୟାନଟି ଏକ ମୋଟର ସାଇକେଲକୁ ଧକ୍କା ଦେଇ ଓଲଟି ପଡିଥିଲା । ତେବେ ଉଦ୍ଧାର କାର୍ୟ୍ୟ ସମୟରେ ଚୋରା କାଠ ଥିବା ଗାଡି ମାଲିକ ଏବଂ ପୁଅ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରି ଗାଡି ଧରି ଫେରାର୍ ହୋଇ ଯାଇଥିଲେ । ଖବର ପାଇ ପୋଲିସ୍ ପହଂଚିବା ବେଳେ ଗାଡି ମାଲିକଙ୍କ ପତ୍ନୀ ପୋଲିସ୍ ଗାଡି ଆଗରେ ଶୋଇ ପଡିଥିଲେ । ଯାହା ଫଳରେ କାଠ ନେଇ ଫେରାର୍ ହେବାରେ ସଫଳ ହୋଇଥିଲେ ଦୁର୍ବୃତ୍ତ । ତେବେ ଘଟଣାରେ ଅନ୍ୟ ଜଣେ ପୁଅକୁ ଗିରଫ କରି ଛାନଭିନ୍ କରୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.