ହାଇଦ୍ରାବାଦ ସ୍ଥିତ ଜାତୀୟ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଭୟଙ୍କୁ ବିଦାୟୀ ସମ୍ବର୍ଦ୍ଧନା, ଦିଆଗଲା ଗାର୍ଡ ଅଫ ଅନର

କେନ୍ୟୁଜ୍(ବ୍ୟୁରୋ):  ହାଇଦ୍ରାବାଦ ସ୍ଥିତ ଜାତୀୟ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଭୟଙ୍କୁ ବିଦାୟୀ ସମ୍ବର୍ଦ୍ଧନା । ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ଅଭୟ । ବରିଷ୍ଠ ଅଧିକାରୀଙ୍କ ସହ କରମର୍ଦ୍ଦନ କରିଥିଲେ । ଆସନ୍ତା ସୋମବାର ଓଡ଼ିଶାର ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ । ତାଙ୍କୁ ଡିଜିପି ଭାବେ ନିଯୁକ୍ତି ନେଇ ଗତ ନଭେମ୍ବର ୨୦ରେ ଘୋଷଣା କରିଥିଲେ ରାଜ୍ୟ ସରକାର । ଏବେ ସତ୍ୟଜିତ ମହାନ୍ତି ଡିଜିପି ଭାବେ ଦାୟିତ୍ୱ ତୁଲାଉଛନ୍ତି । ଅଭୟଙ୍କୁ ନ୍ୟାସନାଲ ପୋଲିସ ଏକାଡେମୀ ମୁଖ୍ୟ ଭାବେ ଜୁନ ୨୦୨୧ ପର୍ଯ୍ୟନ୍ତ ନିଯୁକ୍ତି ମିଳିଥିଲା । ଓଡ଼ିଶା ପୋଲିସ ମୁଖିଆ ଦାୟିତ୍ୱ ମିଳିବା ପରେ, ତାଙ୍କର NPA ନିର୍ଦ୍ଦେଶକ ନିଯୁକ୍ତିର ଅବଧି କମାଇବାକୁ ACCର ମଂଜୁରୀ ଜରୁରୀ ଥିଲା । ତେଣୁ ତାଙ୍କ ସମ୍ପର୍କିତ ଫାଇଲ, କେନ୍ଦ୍ରର ACC ପାଖକୁ ଯାଇଥିଲା । ଏବେ ସେହି ଅନୁମୋଦନ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.