ଗିଫ୍ଟ ଦୋକାନରେ ଯୁବକ ବିକୁଥିଲେ ଗଞ୍ଜେଇ, ଚଢାଉ କଲା ଯାଜପୁର ଟାଉନ ପୋଲିସ 

ଯାଜପୁର ଟାଉନ(କେନ୍ୟୁଜ୍): ମଦ୍ୟପାନ କରି ଗାଡି ଚଲାଉଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରାଯିବା ପରେ ଏବେ ଯାଜପୁରରେ ଗଂଜେଇ ବ୍ୟବସାୟ ବଢ଼ିଥିବା ଜଣାପଡିଛି । ସେଥିପାଇଁ ବିଭିନ୍ନ ନାମଦାମି ଦେକାନରେ ମଧ୍ୟ ଗଂଜେଇ ମିଳୁଥିବା ଦେଖିବାକୁ ମିଳିଛି । ଯାଜପୁର ଟାଉନଥାନା ଅନ୍ତର୍ଗତ ଚିତାଳୋ କଲେଜଛକ ରେ ଥିବା ଏକ ଗିଫ୍ଟ ଦୋକାନରେ ପୋଲିସ ଅଚାନକ ଚଢ଼ାଉ କରିବା ପରେ ଏଭଳି ଘଟଣା ଜଣାପଡିଛି । ଦୋକାନି ବିକ୍ରି କରୁଥିବା ଦେକାନୀଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଓ ଜଣେ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଝାଡଗାଁ ର ଦିପକ ଓରଫ ପ୍ରଶାନ୍ତ କୁମାର କର ।

ganja seized1

ଦିପକ ତାଙ୍କ ଦୋକାନ ରେ ଗଞ୍ଜେଇ ବେପାର କରୁଥିବା ନାଇଟ ପେଟ୍ରୋଲିଂ ଟିମ ଏକ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଟାଉନ ଥାନାରେ ଜଣାଇଥିଲେ । ପରେ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଉକ୍ତ ଦୋକାନ ଉପରେ ଚଢ଼ାଉ କରି ଏକ ଧଳା ବ୍ୟାଗରୁ ୧କେଜି୬୦୦ଗ୍ରାମ ଗଞ୍ଜେଇ ଓ ଏକ ଜରି ପ୍ୟାକେଟରୁ ୨୦ଗ୍ରାମ ଅଫିମ ଜବତ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ଯାଜପୁର ଏସ୍‌ଡ଼ିପିଓ ରବିନ୍ଦ୍ର କୁମାର ଜେନା ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.