Below header

ବର୍ଷେ ହେଲା ଖୋଲିନାହାନ୍ତି କି ଲକର ? ଏବେ ବ୍ୟାଙ୍କ ଖୋଲିବ ଆପଣଙ୍କ ଲକର

ଯଦି ଆପଣ ବ୍ୟାଙ୍କ ଲକରର ବ୍ୟବହାର କରୁଛନ୍ତି ତାହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ ଆପଣଙ୍କୁ ବର୍ଷରେ ଅନ୍ତତଃ ଥରେ ଏହାକୁ ସଞ୍ଚାଳନ କରିବାକୁ ପଡିବ ନଚେତ ଆପଣଙ୍କ ବ୍ୟାଙ୍କ ଏହାକୁ ଖୋଲିପାରେ ।

ଯଦି ଆପଣ ବ୍ୟାଙ୍କର ବର୍ଗୀକରଣ ଅନୁଯାୟୀ lower risk ଶ୍ରେଣୀରେ ଅନ୍ତର୍ଭୁକ୍ତ ତାହେଲେ ବ୍ୟାଙ୍କ ଆପଣଙ୍କୁ ଅଧିକ ସମୟ ଦେଇପାରେ । ତେବେ ଯେଉଁ ବ୍ୟକ୍ତି medium risk ଶ୍ରେଣୀରେ ଆସୁଛନ୍ତି ବ୍ୟାଙ୍କ ତାଙ୍କୁ ସେତେବେଳେ ନୋଟିସ ପଠାଇବ ଯେତେବେଳେ ଆରବିଆଇର ନିୟମ ଅନୁଯାୟୀ ଲକର ତିନି ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସଞ୍ଚାଳିତ ହୋଇନଥିବ । ବ୍ୟାଙ୍କ ନିଜର ଗ୍ରାହକ ମାନଙ୍କ ଆର୍ଥିକ ବା ସାମାଜିକ ସ୍ଥିତି, ବ୍ୟବସାୟିକ ଗତିବିଧି ଓ ଗ୍ରାହକ ମାନଙ୍କ ସ୍ଥାନ ଦେଖି ତାଙ୍କୁ ବିଭିନ୍ନ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଇଥାଏ । କୌଣସି ବ୍ୟକ୍ତିକୁ ଲକର ପ୍ରଦାନ କରିବା ପୂର୍ବରୁ ବ୍ୟାଙ୍କକୁ ବ୍ୟକ୍ତିଙ୍କ ବିଷୟରେ ସବିଶେଷ ତଥ୍ୟ ନେବାକୁ ପଡିଥାଏ । ଯଦିଓ ଲକର ଖୋଲିବା ପୂର୍ବରୁ ଏହାର ପ୍ରକ୍ରିୟା ଗୁଡିକୁ ସଠିକ ଭାବେ ପାଳନ କରିବାର ଆବଶ୍ୟକତା ମଧ୍ୟ ରହିଥାଏ ।

ଏହାସହ ପଢନ୍ତୁ ଆରବିଆଇର ବଡ ଘୋଷଣା, ଏଣିକି ଅନଲାଇନରେ କରିପାରିବେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍

ପ୍ରଥମେ ବ୍ୟାଙ୍କ ଆପଣଙ୍କୁ ଏକ ନୋଟିସ ପଠାଇଥାଏ ଯେଉଁଥିରେ ଆପଣଙ୍କୁ ଲକର ସଂଚାଳନ କରିବା ଏବଂ ତାକୁ ଆତ୍ମସମର୍ପଣ କରିବାର ପରାମର୍ଶ ଦିଆଯାଇଥାଏ । ଲକର ସଂଚାଳନ ନକରିବା କାରଣ ବିଷୟରେ ମଧ୍ୟ ଆପଣଙ୍କୁ ଏକ ଲିଖିତ ଉତ୍ତର ରଖିବାକୁ ପଡିଥାଏ । ତେବେ ଯଦି ଲିଖିତ କାରଣ ବାସ୍ତବିକ ନୁହେଁ ଅଥବା ଆପଣ ଜଣେ ଏନଆରଆଇ କିମ୍ବା ଅନ୍ୟ କୌଣସି କାରଣରୁ ଆପଣ ସହରରେ ରହିପାରୁନାହାନ୍ତି ତାହେଲେ ବ୍ୟାଙ୍କ ଆପଣଙ୍କୁ ଲକର ସୁବିଧା ଜାରି ରଖିବା ପାଇଁ ଅନୁମତି ଦେଇପାରେ ।

ଯଦି ଆପଣ ବ୍ୟାଙ୍କକୁ ସ୍ପଷ୍ଟୀକରଣ ଦେବାରେ ବିଫଳ ରହୁଛନ୍ତି ତାହେଲେ ବ୍ୟାଙ୍କ ଆପଣଙ୍କ ଲକର ସୁବିଧାକୁ ରଦ୍ଦ କରି ଏହା ଅନ୍ୟଜଣକୁ ଦେଇପାରେ । ଏହା ସେତେବେଳେ ହୋଇଥାଏ ଯେତେବେଳେ ଆପଣ ନିୟମିତଭାବେ ରେଂଟ ଦେଇ ମଧ୍ୟ ନିର୍ଦ୍ଧାରିତ ସମୟରେ ଖାତା ସଂଚାଳନ କରୁନଥିବେ । ପ୍ରତ୍ୟେକ ବ୍ୟାଙ୍କ ନିଜର ଗ୍ରାହକ ମାନଙ୍କୁ ଏହି ନିୟମ ବିଷୟରେ ସୂଚନା ଦେବା ଆବଶ୍ୟକ କାରଣ ଏହା ଆପଣଙ୍କୁ ଲକର ସୁବିଧା ଦେବା ସମୟରେ କରାଯାଇଥିବା ଏଗ୍ରିମେଣ୍ଟର ଏକ ଅଂଶ ହୋଇଥାଏ ।

ଏହାସହ ପଢନ୍ତୁ ପୁଣି ଖସିଲା ଅଭିବୃଦ୍ଧି, ୬ ବର୍ଷରେ ସବୁଠୁ କମ୍‌ ଦ୍ୱିତୀୟ କ୍ୱାର୍ଟରରେ ଦେଶର ଜିଡିପି ୪.୫%

ଆପଣଙ୍କ ବ୍ୟାଙ୍କ ଲକରକୁ ଅଧିକଥର ସଞ୍ଚାଳିତ କରିବା ପାଇଁ ଆପଣଙ୍କୁ କହିପାରେ । ଉଦାହରଣବଶତଃ ଯେପରି ବ୍ୟାଙ୍କ ଅଫ ବରୋଦା ନିଜର ଗ୍ରାହକ ମାନଙ୍କୁ ଅନ୍ତତଃ ଛଅ ମାସରେ ଥରେ ଲକର ସଞ୍ଚାଳିତ କରିବା ପାଇଁ ପରାମର୍ଶ ଦେଇଛି କିନ୍ତୁ ଯଦି ଏହା ଏକ ବର୍ଷ ପର୍ଯ୍ୟନ୍ତ ସଞ୍ଚାଳିତ ନହୁଏ ତାହେଲେ ବ୍ୟାଙ୍କ ଏହାକୁ ଖୋଲିପାରେ ।

ଆରବିଆଇର ନିୟମ ଅନୁଯାୟୀ ବ୍ୟାଙ୍କ ଲକର ଖୋଲିବା ଏବଂ ତା ଭିତରେ ଥିବା ଜିନିଷ ଗ୍ରହଣ କରିବା ପୂର୍ବରୁ ଆଇନ ପରାମର୍ଶଦାତାଙ୍କ ପରାମର୍ଶ ନେବା ଆବଶ୍ୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.