ବଣାଇ: ବିଦ୍ୟୁତ ଆଘାତରେ ଚାଷୀ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ, ସବ୍‌ ଷ୍ଟେସନରେ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକେ

ବଣାଇ(କେନ୍ୟୁଜ୍): ବିଦ୍ୟୁତ ଆଘାତରେ ଚାଷୀ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ । ସବ୍‌ ଷ୍ଟେସନରେ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକେ । ବଣାଇ ବଡ଼ ଗୋଗୁଆ ଗାଁର ଶ୍ୟାମ ଘନ ସାହୁ ଜମିରେ ଚାଷ କରୁଥିବା ବେଳେ ବିଦ୍ୟୁତ ତାର ଲାଗି ଯାଇଥିଲା । ଲୋକେ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି । ବିଦ୍ୟୁତ ଆଘାତରେ ଗୋଟିଏ ବଦଳର ମଧ୍ୟ ଜୀବନ ଯାଇଛି । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

sub stationମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ପୂର୍ବରୁ ବିଦ୍ୟୁତ ତାର ବିପଦ ସଂକୁଳ ଅବସ୍ଥାରେ ଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁୁପକ୍ଷ ଏଥିପ୍ରତି ଦୃଷ୍ଟିଦେଇନଥିଲେ। ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି।

 

You might also like