ମିଛ କହିଥିଲେ କ୍ରିସ୍‌ ଗେଲ୍‌, କହିଲେ ମୁଁ ଅବସର ଘୋଷଣା କରି ନାହିଁ

୨୦୧୯ ଫେବ୍ରୁଆରୀ ୧୮ରେ ସେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବେ ବୋଲି ଘୋଷଣା କରିଥିଲେ । କହିଥିଲେ ବିଶ୍ୱକପ୍‌ ପରେ ଅବସର ନେବେ । ହେଲେ ୨୦୧୯ ଜୁନ୍‌ରେ ନିଜ ନିଷ୍ପତ୍ତିରୁ ଓହରି ଯାଇଥିଲେ । ଏକଥା କିନ୍ତୁ କାହାକୁ ଜଣାନଥିଲା । ତେଣୁ ଭାରତ ସହ ପୋର୍ଟ ଅଫ୍‌ ସ୍ପେନ୍‌ରେ ଗତ ବୁଧବାର ଦିନ ଖେଳା ଯାଇଥିବା ତୃତୀୟ ଦିନିକିଆରେ ଆଉଟ୍‌ ହେବା ପରେ ସମସ୍ତେ ଧରି ନେଇଥିଲେ ଗେଲ୍‌ଙ୍କର ଥିଲା ଇଏ ଶେଷ ମ୍ୟାଚ୍‌ ।
ହେଲେ େଓ୍ଵଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇ ନାହାନ୍ତି । ସେ ଆଗକୁ ମଧ୍ୟ ଖେଳିବେ । ଏକଥା ନିଜେ କହିଛନ୍ତି । ତାଙ୍କ କହିବା କଥା ଯେ ମୁଁ ଅବସର ନେବା ବିଷୟରେ କୌଣସି ଘୋଷଣା କରି ନାହିଁ । ଯେମିତି ଖେଳୁଥିଲି, ସେମିତି ଖେଳିବି ।

CHRIS GAYEL-2
ଭାରତ ସହ ମ୍ୟାଚ୍‌ ଦିନ ଗେଲ୍‌ ନିଜ ହେଲ୍‌ମେଟ୍‌କୁ ବ୍ୟାଟ୍‌ ହ୍ୟାଣ୍ଡେଲରେ ଝୁଲାଇ ପଡ଼ିଆରୁ ଯେଭଳି ଭାବେ ବିଦାୟ ନେଇଥିଲେ ସମସ୍ତଙ୍କର ବିଶ୍ୱାସ ହୋଇଗଲା ଯେ ଗେଲ୍‌ କ୍ରିକେଟ୍‌ରୁ ଦୂରେଇ ଗଲେ । ସେଦିନ ଗେଲ୍‌ ନିଜର ୩୦୧ତମ ମ୍ୟାଚ୍‌ ଖେଳିଥିଲେ ଏବଂ ନିୟମିତ ଭାବେ ପିନ୍ଧୁଥିବା ୪୫ ନମ୍ବର ଜର୍ସି ବଦଳରେ ପିନ୍ଧିଥିଲେ ୩୦୧ ନମ୍ବର ଜର୍ସି । ତେଣୁ ଗଣମାଧ୍ୟମରେ ଏ ନେଇ ରିପୋର୍ଟ ବି ପ୍ରକାଶ ପାଇଲା । ହେଲେ ଏହା ପରେ ଗେଲ୍‌ ଏବଂ ଇଣ୍ଡିଜ୍‌ ଦଳର ଅଧିନାୟକ ଜାସନ୍‌ ହୋଲଡର୍‌ କହିଛନ୍ତି କି ଗେଲ୍‌ ଅବସର ନେଇ ନାହାନ୍ତି । ଅବଶ୍ୟ ଭାରତ ସହ ୨୨ ତାରିଖରୁ ହେବାକୁ ଥିବା ଟେଷ୍ଟ ସିରିଜ୍‌ରେ ଗେଲ୍‌ ଦଳରେ ସ୍ଥାନ ପାଇ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.