Below header

ଆସୁଛି Bajaj-KTMର ହାଇ ପରଫରମାନ୍ସ ଇଲେକ୍ଟ୍ରୋନିକ୍ ବାଇକ୍

ଭାରତରେ ଇଲେକ୍ଟ୍ରୋନିକ୍ ଯାନକୁ ଆଣିବା ପାଇଁ ଜୋର ସୋରରେ ଚାଲିଛି ପ୍ରସ୍ତୁତି। ସୂଚନା ମୁତାବକ ବାଜାଜ୍ ଏବଂ କେଟିଏମ୍(KTM) ଏକ ଭଲ ଇଲେକ୍ଟ୍ରୋନିକ୍ ବାଇକ୍ ଉପରେ କାମ କରୁଛି । ଭାରତରେ ଇଲେକ୍ଟ୍ରୋନିକ୍ ଦୁଇ ଚକିଆ ମାର୍କେଟରେ ନିଜକୁ ଆହୁରୀ ମଜବୁତ୍ କରିବା ପାଇଁ ଏହି ପଦକ୍ଷପ ଗ୍ରହଣ କରିଛି।

Bajaj KTM

ଏହାସହ ପଢନ୍ତୁ : ୯୯କିମି ମାଇଲେଜ ଦେଇଥାଏ ଏହି ବାଇକ୍, ଦାମ ୩୩ ହଜାରରୁ ଆରମ୍ଭ

ରିପୋର୍ଟ ମୁତାବକ ବର୍ତ୍ତମାନ ବାଇକ୍ ର କୌଣସି ବି ଫିଚରକୁ କମ୍ପାନୀ ପକ୍ଷରୁ ଘୋଷଣା ହୋଇନହିଁ । ଏହି ସମୟ କେଟିଏମ(KTM)ରେ ବଜାଜର ୪୮ ପ୍ରତିଶତ ପାର୍ଟନରସିପ୍ ରହିଛି ଏବଂ ଦୁଇଟି ବ୍ରାଣ୍ଡସ୍ ବହୁ ସମୟ ଧରି ପରସ୍ପର ସହିତ ମିଶି କାମ କରୁଛନ୍ତି । କେଟିଏମ୍ ବାଇକ୍ସ ଗୁଡିକର ନିଜର ଏକ ଅଲଗା ପରିଚୟ ରହିଛି । ଦୂରରୁ ଆପଣ ଏହି ବାଇକ୍ କୁ ସହଜରେ ଚିହ୍ନିପାରିବେ । ବାଇକ୍ସରେ ଭଲ ୱିନିଙ୍ଗ ପରଫମାନ୍ସ ଏବଂ ଭଲ ହ୍ୟାଣ୍ଡଲେଙ୍ଗ୍ ଦେବା କମ୍ପାନୀର ମୂଳ ଉଦେଶ୍ୟ ରହିଛି । ନିକଟରେ କେଟିଏମ୍ RC 125 ବାଇକ୍ ଭାରତରେ ଲଞ୍ଚ କରିଥିଲା ଏବଂ ଯାହାର ମୂଲ୍ୟ ୧.୪୭ ଲକ୍ଷ ଥିଲା । ବାଜାଜ୍ ମଧ୍ୟ ନିକଟରେ ପଲସର୍ ସରିଜର ସବୁଠାରୁ ଛୋଟ ଇଞ୍ଜିନ୍ ଥିବା ପଲସର୍ 125 Neon କୁ ଭାରତୀୟ ମାର୍କେଟକୁ ଆଣିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.