Below header

କାର୍ତ୍ତିକ ସୋମବାରରେ ମର୍ମନ୍ତୁଦ ଦୁର୍ଘଟଣା: ଅଧା ରହିଗଲା ଜଗା ଦର୍ଶନ, ଚାଲିଗଲା ୩ ଜୀବନ

ସୋର (କେନ୍ୟୁଜ): ଅଧାରେ ରହିଗଲା ଜଗନ୍ନାଥଙ୍କ ଦର୍ଶନ । ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । କାର୍ତ୍ତିକ ସୋମବାରରେ ମର୍ମନ୍ତୁଦ ଦୁର୍ଘଟଣା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ ନେଇଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଜାମୁଝାଡି ତାରିଣୀ ଛକରେ ସକାଳୁ ଭୟଙ୍କର ସିରିଜ୍‌ ଦୁର୍ଘଟଣା ହୋଇଛି । ଦୁଇ ପରିବାର ପଶ୍ଚିମବଙ୍ଗ ହୁଗୁଳିରୁ ଦୁଇଟି ସ୍କର୍ପିଓରେ ପୁରୀ ଅଭିମୁଖେ ଯାଉଥିଲେ ।

ତାରିଣୀ ଛକ ନିକଟରେ ଆଗରେ ଯାଉଥିବା ଗ୍ୟାସ କେଣ୍ଟେନରକୁ ପଛ ପଟୁ ଧକ୍କା ଦେଇଥିଲା ସ୍କର୍ପିଓ । ଫଳରେ ପଛରେ ଥିବା ସ୍କର୍ପିଓ ପଛପଟୁ ବାଡେଇ ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଜମେ ଡ୍ରାଇଭରଙ୍କ ସମେତ ସ୍ୱାମୀ ଶଙ୍କର ରାଓ ଓ ସ୍ତ୍ରୀ ପାର୍ବତୀ ଦାସଙ୍କ ମୃତ୍ୟୁ ହୋଇଥିଲା। ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ସୋରୋ ମେଡିକାଲରେ ଭର୍ତ୍ତି କରାଯାଇଛି। ଜାତୀୟ ରାଜପଥ କାମ ଚଲୁଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.