ବିବାହ ପାଇଁ କହିବାରୁ ପ୍ରେମିକ ମାଡ଼ରେ ପ୍ରେମିକା ଗୁରୁତର, ଜୀବନ ମରଣ ସହ ସଂଗ୍ରାମ କରୁଛି ନାବାଳିକା

କଣ୍ଟାମାଳ (କେନ୍ୟୁଜ): ପ୍ରେମିକ ମାଡ଼ରେ ପ୍ରେମିକା ଗୁରୁତର । ଜୀବନ ମରଣ ସହ ସଂଗ୍ରାମ କରୁଛି ନାବାଳିକା ପ୍ରେମିକା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ପୀଡିତା ।

ସ୍ଥାନୀୟ ଅଞ୍ଚଳର ମିଲନ ମହାନନ୍ଦଙ୍କ ସହ ନାବାଳିକାଙ୍କ ପ୍ରେମ ସମ୍ପର୍କ ଥିଲା । ତେବେ ବିବାହ ପାଇଁ କହିବାରୁ ପ୍ରେମିକ ମାଡ ମାରିଥିବା ଅଭିଯୋଗ ହୋଇଛି । ମିଲନଙ୍କ ମାଡ଼ରେ ପୀଡିତାଙ୍କ ମୁଣ୍ଡ ଏବଂ ହାତରେ ଗଭୀର କ୍ଷତ ହୋଇଛି । ଏନେଇ ମନମୁଣ୍ଡା ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ତେବେ ତଦନ୍ତ ଚାଲିଥିବାରୁ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.