ଗ୍ୟାସ ସିଲିଣ୍ଡର ଫାଟି ଚାଲିଗଲା ବାପା-ପୁଅଙ୍କ ଜୀବନ

ରାଉରକେଲା(କେନ୍ୟୁଜ): ରାଉରକେଲା ସହର ସେକ୍ଟର-୭ ଥାନା ଅନ୍ତର୍ଗତ କବିସମ୍ରାଟ ପଲ୍ଲୀ ଅଞ୍ଚଳରେ ଘରୋଇ ଗ୍ୟାସ୍ ଲିକ୍ ଘଟଣାରେ ବାପା ଓ ପୁଅର ମୃତ୍ୟୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ମୁତାବକ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଗତକାଲି ପିତା ଅଯୋଧ୍ୟା ସାହୁଙ୍କର ମୃତ୍ୟୁ ହୋଇଛି । ୧୨ ବର୍ଷର ପୁଅ ଗୁଡୁର ଅବସ୍ଥା ଗୁରୁତର ହେବାରୁ ଗତକାଲି ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଉଥିବା ବେଳେ ପାଲଲହଡ଼ା ନିକଟରେ ପୁଅର ବି ମୃତ୍ୟୁ ହୋଇଛି ।
ଗୁରୁତର ଅବସ୍ଥାରେ ମାଆ ଗିତାଞଳି ଆଇଜି ଏଚ ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଗତ ସୋମବାର ଦିନ ଘରେ ରୋଷେଇ କରିବା ସମୟରେ ଗ୍ୟାସ ସିଲିଣ୍ଡର ପାଇପ୍ ରୁ ଗ୍ୟାସ୍ ଲିକ୍ ଯୋଗୁ ସିଲିଣ୍ଡର ଫାଟି ଯାଇଥିଲା । ଘରେ ନିଆଁ ଲାଗି ଆସବାବପତ୍ର ପୋଡ଼ି ଯାଇଥିବା ବେଳେ ସ୍ୱାମୀ , ସ୍ତ୍ରୀ ଓ ପୁଅ ଗୁରୁତର ଆହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.