Below header

ବୁଦ୍ଧପୂର୍ଣ୍ଣିମା: ଜାଣନ୍ତୁ ଆଜିର ଦିନରେ କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ

ବୈଶାଖ ମାସର ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ରୂପେ ପାଳନ କରାଯାଏ। ଏହି ଦିନ ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ। ହିନ୍ଦୁ ଧର୍ମରେ ମହାତ୍ମା ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କ ନବମ ଅବତାର କୁହାଯାଏ। ଅନ୍ୟପଟେ ବୁଦ୍ଧ ଦେବ ବୋଧି ବୃକ୍ଷ ତଳେ ବସି ଜ୍ଞାନ ପ୍ରାପ୍ତ କରି ବୌଦ୍ଧ ଧର୍ମର ସ୍ଥାପନା କରିଥିଲେ। ଏଣୁ ବୁଦ୍ଧଦେବଙ୍କ ଜନ୍ମଦିନକୁ ଖୁବ ଧୁମଧାମରେ ପାଳନ କରାଯାଏ। ଆସନ୍ତୁ ଜାଣିବା ବୁଦ୍ଧପୂର୍ଣ୍ଣିମାରେ କଣ କରିବା ଉଚିତ କଣ କରିବା ଅନୁଚିତ…

Buddha Purnima 2020: Here's everything you need to know about ...

କଣ କରିବା ଉଚିତ:

  • ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଘର ସଫା କରନ୍ତୁ।
  • ଗଙ୍ଗା ଜଳରେ ସ୍ନାନ କରନ୍ତୁ।
  • ଠାକୁର ଘରକୁ ଫୁଲରେ ସଜାନ୍ତୁ ଓ ଦୀପ ଜାଳନ୍ତୁ।
  • ଘରର ମୁଖ୍ୟ ଦ୍ୱାରରେ ହଳଦୀ, ସିନ୍ଦୁରରେ ସ୍ୱସ୍ତିକ କରନ୍ତୁ ଓ ଗଙ୍ଗା ଜଳ ସିଞ୍ଚନ କରନ୍ତୁ।
  • ଗରିବଙ୍କୁ ଭୋଜନ ଓ ଖାଦ୍ୟ ଦାନ କରନ୍ତୁ।
  • ଯଦି ଆପଣ ଘରେ କୌଣସି ପକ୍ଷୀ ରଖିଛନ୍ତି ତେବେ ଆଜି ତାଙ୍କୁ ଖୋଲି ଦିଅନ୍ତୁ।
  • ସନ୍ଧ୍ୟାରେ ଚନ୍ଦ୍ରଙ୍କୁ ଜଳ ଅର୍ପଣ କରନ୍ତୁ।

କଣ କରିବା ଅନୁଚିତ:

  • ବୁଦ୍ଧ ପୂର୍ଣ୍ଣିମାରେ ଆମିଷ ସେବନ କରନ୍ତୁ ନାହିଁ।
  • ଘରେ ଆଦୌ କଳହ କରନ୍ତୁନି।
  • କାହାକୁ ବି ଅପଶବ୍ଦ କୁହନ୍ତୁ ନାହିଁ।
  • ମିଛ କୁହନ୍ତୁ ନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.