ନୃସଂଶତାର ସବୁ ସୀମା ପାର: ଚାରି ଝିଅ ଓ ସ୍ତ୍ରୀକୁ ଭୁଜାଲିରେ ହାଣିଲା ବାପା, ଜଣେ ମୃତ

କୁଚିଣ୍ଡା(କେ ନ୍ୟୁଜ): ଚାରି ଜଣ ଝିଅଙ୍କୁ ହାଣିଲା ବାପା । ଘଟଣାରେ ତିନି ଝିଅ ଗୁରୁତର ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀ ଓ ତିନି ଝିଅଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ତ୍ରୀଙ୍କୁ ହାଣି ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା ନେଇ ଉଦ୍ୟମ କରିଥିଲେ । ସୁଚନା ଅନୁଯାୟୀ ତିନିବର୍ଷର ଝିଅର ମୃତ୍ୟୁ ହେବା ସହ ଅନ୍ୟ ତିନି ଝିଅ ଗୁରୁତର ଅଛନ୍ତି । ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁର ଥାନାର ଯୌତୁକବାହାଳ ଗାଁରେ ଘଟିଛି ଏଭଳି ଲୋମହର୍ଷକ କାଣ୍ଡ।

ପ୍ରଥମେ ଚାରିଛୁଆଙ୍କୁ ଆକ୍ରମଣ ପରେ ସ୍ତ୍ରୀକୁ ମଧ୍ୟ ଲହୁଲୁହାଣ କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଉନ୍ମତ୍ତ ବ୍ୟକ୍ତି ଜଣଙ୍କ । ଅଭିଯୁକ୍ତ ଜଣଙ୍କର ନାଁ ଶୂକରୁ ଓରାମ ବୋଲି ଜଣାପଡ଼ିଛି । ସମସ୍ତ ଆହତମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଗୋବିନ୍ଦପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଏଭଳି ବୀଭତ୍ସକାଣ୍ଡ ଘଟାଇଛି ତାହା ଜଣାପଡ଼ିନଥିଲେ ମଧ୍ୟ ପାରିବାରିକ କାରଣ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.