ଝିଅ ବାହାଘର ପାଇଁ କରିଥିଲେ ୨ ଲକ୍ଷ ଟଙ୍କାର ଋଣ, ଶୁଝି ନ ପାରି ବାପର ଆତ୍ମହତ୍ୟା !

ସୋର (କେ ନ୍ୟୁଜ): ଋଣଭାର ଶୁଝି ନପାରି ଆତ୍ମହତ୍ୟା ଅଭିଯୋଗ । ଝିଅ ବାହାଘର ପାଇଁ ଋଣ ଆଣି ଶୁଝି ପାରିନଥିଲେ ବାପା । ପରେ ଜୁଲମ ସହି ନପାରି ବାପା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ମାଣତ୍ରୀ ଅଞ୍ଚଳରେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା। ମିଳିଥିବା ସୂଚନା ଅନୁଯାୟୀ ମାଣିତ୍ରୀ ପଞ୍ଚାୟତ ଅନ୍ତର୍ଗତ ମହନ୍ତ ସାହିର ରବୀନ୍ଦ୍ର ପରିଡ଼ା ତାଙ୍କ ଝିଅ ବାହାଘର ପାଇଁ ଗତ ବର୍ଷ ମାର୍ଚ୍ଚ ମାସରେ ଏକ ଘରୋଇ ଫାଇନାନ୍‌ସ କମ୍ପାନୀ ଓ ଗାଁରୁ ଲୋକଙ୍କ ଠାରୁ ପ୍ରାୟ ୨ଲକ୍ଷ ଟଙ୍କା ଋଣ କରିଥିଲେ।

ପରେ କରୋନା ଲକଡାଉନରେ ରବୀନ୍ଦ୍ର କାମ ଧନ୍ଦା ନପାଇବାରୁ ଋଣ ପରିଶୋଧ କରିବାରେ ବିଫଳ ହୋଇଥିଲେ । ଫଳରେ ଫାଇନାନ୍‌ସ କଂପାନୀ ଓ ଗାଁରୁ ହାତ ଉଧାରି କରିଥିବା ଲୋକଙ୍କ ଜୁଲମ ସହିନପାରି ସେ ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି ।

 

 

 

 

Leave A Reply

Your email address will not be published.